Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଇସ୍ତଫା ଦେଲେ ୟେଦିୟୁରପ୍ପା, ସରକାରର ୨ ବର୍ଷ ପୂରଣ ପରେ ଛାଡିଲେ ଗାଦି

26/07/2021 at 12:12 PM

ବେଙ୍ଗାଲୁରୁ,୨୬/୦୭: ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପାଙ୍କ ଇସ୍ତଫା । ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ଏହାସହ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି ।

ନିକଟରେ ସେ ଘୋଷଣା କରିଥିଲେ ଯେ, ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ ହେବା ପରେ ସେ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିବେ । ଏବେ ଉତ୍ତରାଧିକାରୀ ଦୌଡରେ ରାଜ୍ୟ ସରକାରରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି ।

ତେବେ ଯୋଶୀ କହିଥିଲେ ଯେ, ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି । କିନ୍ତୁ ନିରାନୀ କହିଥିଲେ ଯେ ଦଳ ତରଫରୁ ଯାହା ଆଦେଶ ମିଳିବ ତାହା ସେ ପାଳନ କରିବେ । ୨୦୦୪ ମସିହାରୁ ଧରୱାଡରୁ ସାଂସଦ ଥିବା ୫୮ ବର୍ଷୀୟ ଯୋଶୀ କହିଛନ୍ତି ଯେ ୟେଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ କେହି ତାଙ୍କ ସହ କଥା ହୋଇନାହାଁନ୍ତି । କେବଳ ଗଣମାଧ୍ୟମ ହିଁ ଏ ପ୍ରସଙ୍ଗରେ ଆଲୋଚନା କରୁଛି ।

ତେଣୁ ଏହା ଉପରେ ମନ୍ତବ୍ୟ କରିବାର କୌଣସି ଆବଶ୍ୟକତା ନାହିଁ । ଯେତେବେଳେ ଯାହା ହେବ ତା ସମସ୍ତେ ଜାଣିପାରିବେ । ଏଥିସହ ସେ କହିଥିଲେ ଯେ ସିଏମ ପଦବୀ ସମ୍ପର୍କରେ କୌଣସି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଗ୍ରହଣ କରାଯିବ ।

   Related Posts