ଭାରତୀୟ ଦଳର ପୂର୍ବତନ କ୍ରିକେଟର ବିଏସ ଚନ୍ଦ୍ରଶେଖର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 19, 2021 IST

ବେଙ୍ଗାଲୁରୁ, ୧୯/୦୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଲେଗ୍‌ ସ୍ପିନର ବିଏସ୍‌ ଚନ୍ଦ୍ରଶେଖର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋମବାର ସେ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୋମବାର ସନ୍ଧ୍ୟା ସୁଧା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବା ସୂଚନା ମିଳିଛି ।ଏହାପରେ ତାଙ୍କୁ ଆଇସିୟୁରୁ ସାଧାରଣ ଶଯ୍ୟାକୁ ଅଣାଯାଇଥିଲା । ଏବେ ତାଙ୍କର ଚିକିତ୍ସା ଚାଲିଛି, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ତାଙ୍କ ପତ୍ନୀ ସନ୍ଧ୍ୟା ଗଣମାଧ୍ୟମକୁ କହିଛନ୍ତି ।

ସୋମବାର ସକାଳେ  ଚନ୍ଦ୍ରଶେଖର ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌ ବସି ଦେଖୁଥିଲେ । ଏହାପରେ ସେ ହଠାତ କ୍ଲାନ୍ତ ଅନୁଭବ କରୁଥିବା କହିଥିଲେ । ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ ସମସ୍ୟା ଉପୁଜିଥିଲା । ତେଣୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ଜାନୁଆରୀ ୧୯୬୧ରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ । ସେ ୫୮ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୨୪୨ ଓ୍ୱିକେଟ୍ ନେଇଛନ୍ତି । ୧୫ ବର୍ଷର କ୍ରିକେଟ କ୍ୟାରିଅରରେ ସେ ଶେଷ ଟେଷ୍ଟ ୧୯୭୯ରେ ଖେଳିଥିଲେ । ଏହାସହ ସେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳି ୩୬ ରନ୍ କରିବା ସହ ୩ଟି ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.