Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁମ୍ବାଇରେ ଘଟିଛି ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି! ଗୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି, ୧ ଗିରଫ

10/09/2021 at 6:26 PM

ମୁମ୍ବାଇ ୧୦।୯: ଦିଲ୍ଲୀ ୨୦୧୨ ନିର୍ଭୟା କାଣ୍ଡର ପୁନରାବୃତ୍ତି ହୋଇଛି ମୁମ୍ବାଇରେ। ଯାହା ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ଏଭଳି ବର୍ବର ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ନୃଶଂସତାର ସମସ୍ତ ସୀମା ପାର କରିଯାଇଛନ୍ତି। ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୁରାଇ ଦେଇଥିବା ବେଳେ ଗୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି।

କୁହାଯାଏ ମହିଳାଙ୍କ ଲାଗି ମୁମ୍ବାଇ ଦେଶର ସୁରକ୍ଷିତ ସହର। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସାରା ରାଜ୍ୟ ଦୋହଲି ଯାଇଛି। ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରହିଛି। ଏହି ଘଟଣା ଗୁରୁବାର ବିଳମ୍ବିତ ରାତ୍ରିରେ ସାକିନାକା ଖୈରାନୀ ରୋଡରେ ହୋଇଥିବା କୁହାଯାଉଛି। ରାତି ପ୍ରାୟ ୩ଟା ୩୦ ମିନିଟ୍‌ରେ ପୋଲିସକୁ ଘଟଣା ନେଇ ସୂଚନା ମିଳିଥିଲା।

ସାକିନାକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରକ୍ତରେ ଜୁଡୁବୁଡୁ ବୋହୋସ ମହିଳାଙ୍କୁ ଉଦ୍ଧାର କରି ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ଏବେ ମହିଳାଙ୍କ ଚିକିତ୍ସା ଜାରି ରହିଛି। ରାଜ୍ୟରେ ଗଣେଶ ପୂଜା ମାହୋଲ ସାଙ୍ଗକୁ ଅପରାଧର ସାଂଘାତିକତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସର ଉଚ୍ଚ ଅଧିକାରୀମାନେ ଶୁକ୍ରବାର ସାକିନାକା ଥାନାରେ ଡେରା ପକାଇଛନ୍ତି। ଯେପରି ପରିସ୍ଥିତି ବିଗିଡି ନ ଯାଏ ସେଥିପ୍ରତି କଡା ନଜର ରଖା ଯାଇଥିବା ବେଳେ ବିଭିନ୍ନ ଧାରାରେ ଏତଲ୍ଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ପଚରା ଉଚରା ଚଳାଇଛି। 

   Related Posts