Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆମ୍ବ ନେଲା ଜୀବନ : ସ୍କୃଡ୍ରାଇଭରରେ ସାଙ୍ଗର ଆଖି ଫୁଟାଇ ପୋଖରୀରେ ଫିଙ୍ଗି ହତ୍ୟା କଲା ୫ବର୍ଷର ସାଙ୍ଗ

2/07/2019 at 5:05 PM

ଡଭରା ୨/୭: ୫ରୁ ୮ବର୍ଷ ବୟସର ଦୁଇ ଭାଇ ନିଜର ୬ବର୍ଷ ବୟସ୍କ ସାଙ୍ଗ ସାହିଲ ଦାସଙ୍କ ଆଖିରେ ସ୍କୃ ଡାଇଭର ଫୁଟାଇ ଦେଇଛନ୍ତି। ଯେତେବେଳେ ସାହିଲ୍ ବେହୋସ୍ ହୋଇଯାଇଥିଲେ ସେମାନେ ତାଙ୍କୁ ପୋଖରୀ​ରେ ଫିଙ୍ଗି ଦେଇଥିଲେ। ସାହିଲଙ୍କ ମୃତ୍ୟୁ ହୋଇସାରିଛି। ଘଟଣାଟି ଘଟିଛି ଛତିଶଗଡ ଜାଞ୍ଜଗିର ଚାମ୍ବା ଜିଲ୍ଲାର ଡଭରା ଥାନା ଅର୍ନ୍ତଗତ ବଗରୈଲ ଗାଁର। ରବିବାର ଘଟଣା ଦିନ ଅନ୍ୟ ୩ଜଣ ପିଲା ମଧ୍ୟ ସେଠାରେ ଥିଲେ।

ପିଲାମାନେ ଖେଳିବା କଥା କହି ଘରୁ ବାହାରିଥିଲେ । ସବୁ ପିଲାମାନେ ଖେଳିସାରି ଘରକୁ ଫେରିଥିଲେ କିନ୍ତୁ ସାହିଲ୍ ଫେରିନଥିଲେ। ଦୀର୍ଘ ସମୟ ଯାଏଁ ସାହିଲ ଘରକୁ ନଫେରିବାରୁ ତାଙ୍କ ଜେଜେବାପା ଘରକୁ ଡାକିବାକୁ ଆସିଥିବା ତାଙ୍କ ସାଙ୍ଗକୁ ପଚାରିଥିଲେ। ପିଲାମାନେ କହିଥିଲେ ତାଙ୍କୁ ପିଲାଚୋର ନେଇଯାଇଛି।

ଏହାପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଶେଷରେ ସାହିଲଙ୍କ ଶବ ଗାଁ ପୋଖରୀରୁ ମିଳିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଅନୁସଂଧାନବେଳେ ପୋଲିସକୁ ଘଟଣା ବିଷୟରେ ଜଣାପଡ଼ିଥିଲା। ଏସଡିଓପିଙ୍କ ଅନୁସାରେ ରବିବାର ସନ୍ଧ୍ୟା ୪ଟାବେଳେ ସାହିଲଙ୍କ ସାଙ୍ଗମାନେ ତାକୁ ନେବାକୁ ଘରକୁ ଆସିଥିଲେ। ଏହାପରେ ତାଙ୍କୁ ହତ୍ୟା କରାଯାଇଥିଲା।

କିଛି ସମୟ ଖେଳିବା ପରେ ପିଲାମାନେ ଆମ୍ବ ଖାଇବାକୁ ମନ ବଳାଇଲେ। ପାଖରେ ଥିବା ଆମ୍ବଗଛ ଉପରକୁ ଗୋଟିଏ ପିଲା ଚଢ଼ିଥିଲା ଏବଂ ଗୋଟି ଗୋଟି ଆମ୍ବ ତୋଳି ତଳେ ପକାଇଥିଲା। ସାହିଲ କିଛି ଆମ୍ବ ଖାଇଦେଇଥିଲା। ଏହି କାରଣରୁ ତା’ର ଆଉ ଦୁଇ ଜଣ ସାଙ୍ଗ ରାଗିଯାଇଥିଲେ।

ଉଭୟଙ୍କ ମଧ୍ୟରେ ଆମ୍ବକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କଥା ଏତେ ବଢ଼ିଯାଇଥିଲା ଯେ ମାରପିଟ ଆରମ୍ଭ ହୋଇଯାଇଥିଲା। ସାହିଲର ପକେଟରେ ଗୋଟିଏ ସ୍କୃ ଡ୍ରାଇଭର ଥିଲା। ତାକୁ ସେହି ପିଲାଟି ଛଡ଼ାଇ ନେଇ ଯାଇଥିଲା ଏବଂ ସାହିଲର ଆଖିରେ ଫୁଟାଇବାକୁ ଲାଗିଥିଲା। ଏମିତି ଆକ୍ରମଣ କରି ସାହିଲର ଦୁଇଟି ଆଖିକୁ ସେହି ପିଲାଟି ଫୁଟାଇଦେଇଥିଲା। ସାହିଲଙ୍କ ମୁଣ୍ଡରେ ମଧ୍ୟ ଅନେକ ଥର ସ୍କୃ ଡ୍ରାଇଭର ମାଡ଼ ହୋଇଥିଲା।

ସାହିଲଙ୍କ ଶରୀରରୁ ଅତ୍ୟନ୍ତ ରକ୍ତସ୍ରାବ ହେଉଥିଲା। ଆକ୍ରମଣ କରୁଥିବା ପିଲାଟିର ୮ବର୍ଷର ଭାଇ ମଧ୍ୟ ତା’ ସାଥିରେ ଥିଲା। ଦୁଇ ଭାଇ ମିଶି ସାହିଲଙ୍କୁ ପୋଖରୀରେ ଫିଙ୍ଗି ଦେଇଥିଲେ। ଦୁହେଁ ତା’ ଶରୀରରେ ବୋହୁଥିବା ରକ୍ତକୁ ଦେଖି ଡରିଯାଇଥିଲେ। ଏହି ସମୟରେ ଅନ୍ୟ ୩ଜଣ ଡରିଯାଇଥିଲେ ଏବଂ ଚୁପଚାପ୍ ଘଟଣା ଘଟୁଥିବା ଦେଖିଥିଲେ।

   Related Posts