ଡାକ ଘରେ ପଶି କଟୁରୀରେ ହାଣିଲେ ପୂର୍ବତନ କର୍ମଚାରୀ

Published By : Prameya-News7 Bureau | July 31, 2018 IST

ଦେବଗଡ ଜିଲ୍ଲା ମୁଖ୍ୟ ଡାକଘରେ ପୂର୍ବତନ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । କାର୍ଯ୍ୟାଳୟରେ ଯାହାକୁ ପାଇଲେ ତାକୁ କଟରୁରେ ହାଣି ପକାଇଛି । କଟୁରୀ ଚୋଟରେ ୨ଜଣ ଡାକଘର କର୍ମଚାରୀ ଆହତ ହୋଇଛନ୍ତି । ଆହତ ଦୁହେଁ ହେଲେ ପୋଷ୍ଟାଲ ଇନ୍ସପେକ୍ଟର ରମେଶ ଚନ୍ଦ୍ର ପ୍ରଧାନ ଏବଂ ପୋଷ୍ଟାଲ ସବଇନ୍ସପେକ୍ଟର ଦୀପକ କୁମାର ଶର୍ମା । ଅଭିଯୁକ୍ତ ସୁରେଶ ମୁଖୀକୁ ପୋଲିସ ଗିରଫ କରିଥିବା ଏସ୍ ପି ସୂଚନା ଦେଇଛନ୍ତି । ସେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ । ଚାକିରିରୁ ବରଖାସ୍ତ ପରେ ମାନସିକ ଭାରସାମ୍ୟ ହରାଇ ସୁରେଶ ଏପରି କରିଥିବା ଜଣାପଡିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.