Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଡଷ୍ଟବିନ୍ ଡେଇଁଲା ଭୋକ, ଅଇଁଠା ଖାଇଲେ ବୃଦ୍ଧ : ଭୂତାଣୁ ବେଳେ ଭାଇରାଲ ହେଲା ଭୋକର ଭୟଙ୍କର ଚିତ୍ର

25/04/2021 at 12:18 PM

ଝାରସୁଗୁଡ଼ା,୨୫/୦୪: ଭୋକ ଓ ଭୋକିଲାର କରାଳ ରୂପ । ଡଷ୍ଟବିନରୁ ଖାଦ୍ୟ ଖାଇଲେ ବୃଦ୍ଧ । କିଛିଦିନ ପୂର୍ବେ କୋଇଡ଼ା ଅଞ୍ଚଳରେ ଜଣେ ଭୋକିଲା ଶିଶୁ ଅଇଁଠା ଖଲି ଚାଟିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିଲା । ଏମିତି ଏକ ଆଉ ଏକ ଘଟଣା ଏବେ ହୃଦୟ ଥରାଇଛି ।

ଭୋକ ଓ ଭୋକିଳାର ଏକ କରାଳ ଦୃଶ୍ୟର ଏକ ଭିଡିଓ ଏବେ ଝାରସୁଗୁଡ଼ା ଜିଲ୍ଲାରେ ଭାଇରାଲ ହୋଇଛି । ଭିଡିଓରେ ଜଣେ ବୃଦ୍ଧ ଏକ ଡାକ୍ତରଖାନା ଡଷ୍ଟବିନ୍‌ ଭିତରୁ ଖାଇବା ଜିନିଷ ବାହାର କରି ଖାଉଥିବାର ଦେଖିବାକୁ ମିଳୁଛି । ଅନେକ ଏହା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲାବାରିସ୍‌ ରୁମ୍‌ ନିକଟର ଦୃଶ୍ୟ ବୋଲି କହୁଛନ୍ତି ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲ ମୋହନ ରାଉତରାୟଙ୍କୁ ପଚାରିବାରୁ ଏ ବିଷୟରେ ସେ ଅବଗତ ନାହାନ୍ତି । ଏନେଇ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଯଦି ଏହା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ ହୋଇଥାଏ ତେବେ ସେଠାରେ ଏକ ଆଟେଣ୍ଡାଣ୍ଟ୍‌ ଯୋଗାଇ ଦେବେ । ଏପରି ହୃଦ ବିଦାରକ ଘଟଣା ଯେପରି ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀ ରାଉତ କହିଛନ୍ତି ।

   Related Posts