ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ରୁନେଇ ରାଜକୁମାରୀ, ଏକ ସପ୍ତାହ ଧରି ଚାଲିଲା ଉତ୍ସବ

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭/୦୧: ଦୁନିଆର ସବୁଠାରୁ ଧନୀ ସୁଲ୍‌ତାନ୍‌ଙ୍କ ତାଲିକାରେ ରହିଥିବା ବ୍ରୁନୋଇର ସୁଲତାନ୍‌ଙ୍କ ଝିଅ ରାଜ୍‌କୁମାରୀ ଫାଦଜିଲା ଲୁବାବୁଲ ବେଶ୍‌ ଧୁମ୍‌ଧାମ୍‌ରେ ବିବାହ କରିଛନ୍ତି । ତାଙ୍କ ବାହାଘର ଏକ ସପ୍ତାହ ବ୍ୟାପୀ ପାଳନ ହୋଇଛି । ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି ।

ବ୍ରୁନେଇର ସୁଲ୍‌ତାନ୍‌ ସୁଲ୍‌ତାନ୍‌ ହସନଲ୍‌ ବୋଲ୍କିୟା ବିଶ୍ୱର ସବୁଠାରୁ ଧନୀ ରାଜପରିବାର ସଦସ୍ୟଙ୍କ ମଧ୍ୟରୁ ଜଣେ । ତେଣୁ ତାଙ୍କ ଝିଅଙ୍କ ବାହାଘର ଦୁନିଆ ସାରା ଚର୍ଚ୍ଚା ହେବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ । ସୁଲ୍‌ତାନ୍‌ଙ୍କର ୩୬ ବର୍ଷୀୟ ଝିଅ ରାଜକୁମାରୀ ଫଦଜିଲା ତାଙ୍କର ଦ୍ୱିତୀୟ ପତ୍ନୀ ହଜାହ ମରିୟମ୍‌ଙ୍କ ଝିଅ । ଯାହାକୁ ସେ ୨୦୦୩ରେ ତଲାକ୍‌ ଦେଇଥିଲେ । ଏହି ଦମ୍ପତ୍ତିଙ୍କର ୩୦ ବର୍ଷୀୟ ରାଜକୁମାର ମତିନ ସହିତ ୪ ଜଣ ସନ୍ତାନ ରହିଛନ୍ତି । ଯେଉଁମାନେ କି ଜଣେ ଜଣେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟାର ।

ଏହାକୁ ନେଇ ବର୍ତ୍ତମାନ କୁହାଯାଉଛି ଯେ, ଏହି ବାହାଘର ସମୟରେ ରାଜକୁମାରୀ ଫଦଜିଲା ତାଙ୍କର ସାବତ ମାଆଙ୍କ ଠାରୁ ଗହଣା ଆଣି ଏହାକୁ ପିନ୍ଧି ୭ ଦିନ ଆଡ଼ମ୍ୱର ସହିତ ଉତ୍ସବ ପାଳନ କରିଛନ୍ତି । ଏହି ସମୟରେ ତାଙ୍କର ଉଠାଯାଇଥିବା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ରୀଜକୁମାରୀଙ୍କ ଡ୍ରେସ୍‌ ମାଲେସିଆର୍ଡ ଡିଜାଇନର୍‌ ବର୍ଣ୍ଣାଡ ଚନ୍ଦ୍ରନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.