କୁଆଖାଇ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ମଙ୍ଗଳବାରରୁ ଥିଲେ ନିଖୋଜ

Published By : Prameya-News7 Bureau | October 14, 2021 IST

ବାରଙ୍ଗ, ୧୪/୧୦:  କୁଆଖାଇ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ   କୁଆଖାଇ ନଦୀରୁ  ଏହି ମୃତଦେହଟି ଉଦ୍ଧାର ହୋଇଛି । ବୃଦ୍ଧଜଣଙ୍କ ନିଖୋଜ ରହିଥିବା ନେଇ ଅଭିଯୋଗ ହୋଇଥିଲା ।

ମୃତ ବ୍ୟକ୍ତି ହେଲେ ୬୫ ବର୍ଷିୟ ବାଦଲ ସାମଲ । ତାଙ୍କ ଘର ବାରଙ୍ଗ ଥାନା ନରଣପୁରରେ । ସେ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ବାରଙ୍ଗ ଥାନାରେ  ଏବାବଦରେ ପରିବାର ଲୋକେ ଅଭିଯୋଗ  କରିଥିଲେ ।

ଗୁରୁବାର ସକାଳେ ନରଣପୁର ନିକଟସ୍ଥ କୁଷ୍ଣସରଣପୁର କୁଆଖାଇ ନଦୀରେ  ମୃତଦେହ ଭାସୁ ଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ସେମାନେ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇ ଥିଲେ ।  ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.