ବୁଦା ମୂଳରୁ ମିଳିଲା ବୃଦ୍ଧାଙ୍କ କଟାମୁଣ୍ଡ, ରବିବାର ହାଟ ନିକଟରେ ପଡିଥିଲା ମୃତଦେହ

Published By : Prameya-News7 Bureau | July 06, 2021 IST

କରଞ୍ଜିଆ, ୦୬/୦୭: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ରାଣୀଭୋଳ ଗାଁ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ କଟାମୁଣ୍ଡ ମିଳିଛି। ଗାଁ ନିକଟ ନଈ କୂଳରେ ଥିବା ଏକ ବୁଦା ମୂଳରୁ ଏହି କଟାମୁଣ୍ଡକୁ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଗତ ରବିବାର ଦିନ କରଞ୍ଜିଆ ଥାନା ରାଣୀଭୋଳ ଗାଁ ହାଟ ନିକଟରେ ସେହି ଗାଁର ଯମୁନା ହାଁସଦା ନାମକ ଜଣେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ଶରୀର ଉଦ୍ଧାର କରାଯାଇଥିଲା । ଗୁଣିଗାରେଡି କିମ୍ବା ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ନେଇ ପୋଲିସ ସନ୍ଦେହ କରିଥିଲା । ହତ୍ୟାକାଣ୍ଡ ଦିନ ଅଗ୍ନିଶମ ବିଭାଗ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମଧ୍ୟ କଟା ମୁଣ୍ଡ ଖୋଜିବା ପାଇଁ ନାକେଦମ ହୋଇଥିଲା।

ତେବେ ସୋମବାର ସନ୍ଧ୍ୟାରେ ଗାଁର କିଛି କୁକୁର କଟାମୁଣ୍ଡକୁ କାମୁଡୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । କରଞ୍ଜିଆ ପୋଲିସ କଟା ମୁଣ୍ଡକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ପଠାଇଛି । ସେପଟେ ଘଟଣାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗିରଫ କରିନଥିବା ବେଳେ ୨ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଏହା ସହ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.