Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ

16/10/2021 at 8:08 AM

କରଞ୍ଜିଆ, ୧୬/୧୦:  ମୟୁରଭଞ୍ଜରେ ଲଜ୍ଜା । ଶୁକ୍ରବାର ରାତିରେ ଶୁକୃଳି ସାପ୍ତାହିକ  ହାଟରୁ ଫେରୁଥିବା ସମୟରେ  ଜଣେ ୬୦  ବର୍ଷୀୟା ବୃଦ୍ଧା ଗଣ ଦୁଷ୍କର୍ମର ଶିକାର । ଏହି ଅଭାବନୀୟ ଘଟଣା ଘଟିଛି ରରୁଆଁ ଥାନା ଅନ୍ତର୍ଗତ ଭଣ୍ଡନ ନଦୀ କୂଳରେ ।

ପୀଡିତା ଅଭିଯୋଗ କରିଛନ୍ତି ଯେ, ଗାଁକୁ ପହଞ୍ଚାଇ ଦେବାକୁ କହି ଦୁଇ ଜଣ ଦୁର୍ବୃତ୍ତ ବୃଦ୍ଧାଙ୍କୁ ବାଇକରେ ନଦୀକୂଳକୁ ନେଇ ଯାଇଥିଲେ । ସେଠାରେ ୭ ରୁ ୮  ଜଣ ମିଶି ଗଣ ଦୁଷ୍କର୍ମ କରିଥିଲେ ।  ଦୁଷ୍କର୍ମ କରିବା ସମୟରେ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ କରି  ସେଠାରେ  ଛାଡି ଚାଲି ଯାଇଥିଲେ । କିଛି ସମୟରେ  ପରେ ଶୁକୃଳି ଓ ରରୁଆଁ ରାସ୍ତାରେ ସେ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ , ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ରରୁଆଁ ପୋଲିସ ବୃଦ୍ଧାଙ୍କ ବୟାନ ଅନୁଯାୟୀ ଏକ ମାମଲା ରୁଜ୍ଜ କରି ତଦନ୍ତ ଜାରି ରଖିଥିବାବେଳେ ବୃଦ୍ଧାଙ୍କ ଘର ଶୁକୃଳି ବ୍ଲକ ଏକଘରି ବୋଲି ଜଣାପଡ଼ିଛି ।

   Related Posts