କାନ୍ଥ ଭୁଶୁଡି ବୃଦ୍ଧଙ୍କ ମୃତ୍ୟୁ: ଶୋଇଥିବା ଅବସ୍ଥାରେ ଚାଲିଗଲା ଜୀବନ

Published By : Prameya-News7 Bureau | August 28, 2020 IST

ନୂଆପଡା୨୮/୮:  କାନ୍ଥ ଭୁଶୁଡି ବୃଦ୍ଧଙ୍କ ମୃତ୍ୟୁ। ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଶୋଇ ଥିବା ବେଳେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ଗତକାଲି ରାତିରେ କୋମନା ଥାନା ମିଛାପାଲି ପଞ୍ଚାୟତ ବିଶିବାହାଲ ଗାଁର ତ୍ରିନାଥ ଭୋଇ, ତାଙ୍କ ବୟସ ୬୫ ବର୍ଷ ନିଜ ଘରେ ଶୋଇଥିଲେ । ଲଗାଣ ବର୍ଷା ଯୋଗୁଁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ପଡ଼ିବାର ଶବ୍ଦ ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ।

ସେଠାରେ କାନ୍ଥ ତଳେ ତ୍ରିନାଥ ଚାପି ହୋଇ ଯାଇଥିଲେ । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଲି ବୃଦ୍ଧଙ୍କୁ ବାହାର କରିଥିଲେ । ପରିବାର ଲୋକ ଶବ୍ଦ ହେବାରୁ ଦେଖି ଆସିଥିଲେ। ବୃଦ୍ଧା ଜଣକ ମୃତ୍ୟୁ ବରଣ କରିଥିଲେ । ଏହି ଖବର ପାଇ  କୋମନା ଅତିରିକ୍ତ ତହସିଲଦାର ମିଛାପାଲି  ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି । ଏନେଇ ପରିବାର ଲୋକେ କୋମନା ପୁଲିସକୁ ଖବର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.