କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ

Published By : Prameya-News7 Bureau | October 22, 2021 IST

ବାଲିପାଟଣା, ୨୨|୧୦ : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନିମାପଡ଼ା ବ୍ରାଞ୍ଚ କେନାଲ ଅଠାନ୍ତରରୁ ଜଣେ ବୃଦ୍ଧାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।  ମୃତକ ହେଉଛନ୍ତି କାକରୁଦ୍ରପୁର ଗ୍ରାମର ୮୨ ବର୍ଷିୟ ପାନ ବେହେରା ।

ସୂଚନାନୁସାରେ, ଗୁରୁବାର ଭୋର୍ ସମୟରେ ପାନ କେନାଲରେ ଗାଧୋଇବାକୁ ଯାଉଥିଲେ । ଗାଧୋଇବା ବେଳେ ସେ ନିଖୋଜ ହୋଇଯାଇଥିଲେ ।  ବାଲିପାଟଣା ଅଗ୍ନିଶମ ବାହିନୀ କେନାଲରେ ଖୋଜି ଖୋଜି କରିଥିଲେ ମଧ୍ୟ ତାଙ୍କୁ ଠାବ କରିପାରି ନ ଥିଲେ ।  ଶୁକ୍ରବାର ସକାଳେ ମୃତଦେହ କେନାଲରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ବାଲିପାଟଣା  ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.