Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଜାଗା ବିବାଦରୁ ଜଘନ୍ୟକାଣ୍ଡ: ଖାଦ୍ୟରେ ବିଷ ଦେଇ ବୃଦ୍ଧ ଦମ୍ପତିଙ୍କୁ ମାରି ଦେଲେ ଭାଇବୋହୂ ଏବଂ ପଡୋଶୀ

21/06/2020 at 4:32 PM

ନୟାଗଡ଼୨୧/୬: ବୃଦ୍ଧ ଦମ୍ପତିଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିଛନ୍ତି ପଡୋଶୀ। ଜାଗା ବିବାଦକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି।ମିଳିଥିବା ସୂଚନା ମୁତାବକ,  ଗତ ୧୫ ତାରିଖରେ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଗୋଲା ବୋଦସା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ୍‌ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗାଁ ଲୋକେ କାବୁ କରି ପୋଲିସ୍‌ର ଜିମା ଦେଇଛନ୍ତି।

ଜମି ବିବାଦକୁ କେନ୍ଦ୍ରକରି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା। ଭାଇବୋହୂ ଏବଂ ପଡୋଶୀ ମିଶି ଖାଦ୍ୟରେ ବିଷ ଦେଇ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଛନ୍ତି । ଦୀର୍ଘ ୫ ଦିନ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲେ ଗ୍ରାମବାସୀ। ବୃଦ୍ଧ ଦମ୍ପତି ହଲେ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଗୋଲା ବୋଦସା ଗାଁର ଭାଗିରଥି ସ୍ବାଇଁ ଏବଂ ତାଙ୍କ ପତ୍ନୀ କୌଶଲ୍ୟା । ଗତ ୨୧୫ ତାରିଖ ଦିନ ଭାଗିରଥୀ ଏବଂ କୌଶଲ୍ୟା ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କର ଦୁଇ ପୁଅ ବାହାରେ ରହୁଥିବାରୁ ଗ୍ରାମବାସୀ ଅସୁସ୍ଥଙ୍କୁ ପ୍ରଥମେ ଖଣ୍ଡପଡା ଡାକ୍ତରଖାନା ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର କରିଥିଲେ । କିନ୍ତୁ ମେଡିକାଲରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।

 ଖାଦ୍ୟରେ ବିଷ ମିଶିଥିବା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ କରିଥିଲେ । ଏନେଇ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ରାତିରେ ଗାଁରେ ସଭା ବସିବା ପରେ ଗ୍ରାମବାସୀ ସନ୍ଦେହରେ ଭାଗିରଥୀଙ୍କ ପଡୋଶୀ ହରିହର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ ପଚରାଉଚରା କରିବା ପରେ ସତ୍ୟତା ବାହାରକୁ ଆସିଛି । ହରିହରଙ୍କ ଘର ପାଖରେ ଭାଗିରଥୀଙ୍କ ଏକ ଜାଗା ରହିଥିଲା ।

ହରିହର ତାଙ୍କ ଘରର ସମସ୍ତ ଅଳିଆ ଏବଂ ମଇଳା ପାଣି ସେହି ଯାଗାକୁ ଛାଡନ୍ତି।। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ହରିହର ଏଥି ପାଇଁ ଦେଖି ଦେବେ ବୋଲି ଭାଗିରଥିଙ୍କୁ ଧମକ ଦେଇଥିଲେ । ହରିହର ଏଥିପାଇଁ ନିଜର ଶାଳି ତଥା ଭାଗିରଥୀଙ୍କ ଭାଇବୋହୂ ନର୍ମଦାଙ୍କୁ ମୋହରା ବନାଇଥିଲେ । ଗତ ୧୫ ତାରିଖରେ ହରିହର ବିଷ ଆଣି ନର୍ମଦାଙ୍କୁ ଦେବା ପରେ ନର୍ମଦା ଭାଗିରଥିଙ୍କ ଘରକୁ ଯାଇ ରନ୍ଧା ହୋଇଥିବା ତରକାରିରେ ତାହାକୁ ମିଶାଇ ଦେଇଥିଲେ। ଫଳରେ ସେହି ତରକାରିକୁ ଖାଇ ଉଭୟଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ଘଟଣାକୁ ତିନି ଅଭିଯୁକ୍ତ ସ୍ବୀକାର କରିବା ପରେ ଆଜି ସକାଳୁ ଗ୍ରାମବାସୀ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି। 

ଗ୍ରାମବାସୀ କରିଥିବା ଅଭିଯୋଗକୁ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ତବେ ବିଷ ନୁହେଁ ବିଭୁତି ମିଶାଇଥିବା ସୁକାନ୍ତି କହିଛନ୍ତି। ଖବର ପାଇ ସକାଳୁ ଖଣ୍ଡପଡା ପୋଲିସ ଗଁ।ରେ ପହଞ୍ଚି ତିନି ଅଭିଯୁକ୍ତଙ୍କୁ ଆଣିଥିଲା । ପରେ ପୁଣିଥରେ ଅଭିଯୁକ୍ତଙ୍କୁ ଧରି ପୋଲିସ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛି । ପ୍ରାଥମିକ ତଦନ୍ତ ପରେ ବିଷ ଦେଇ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡୁଛି ଏବଂ ଅଧିକ ତଦନ୍ତ ପରେ ସବୁକଥା ଜଣାପଡିବ ବୋଲି ଥାନାଅଧିକାରୀ କହିଛନ୍ତି।  

   Related Posts