ଚୀନରେ ବ୍ୟାପିଲା ଆଉ ଏକ ମହାମାରୀ, ବ୍ୟାକ୍ଟେରିଆ ସଂକ୍ରମଣରେ ତିନି ହଜାରରୁ ଅଧିକ ଲୋକ ଆକ୍ରାନ୍ତ

Published By : Prameya-News7 Bureau | September 18, 2020 IST

ବେଜିଂ ୧୮/୦୯: ଚୀନର ଉହାନ ସହରରୁ ଆସିଥିବା କରୋନା ଭାଇରସ ସମଗ୍ର ପୃଥିବୀରେ ଆତଙ୍କ ଖେଳାଇ ଥିବା ବେଳେ ଏବେ ଚୀନରେ ଆଉ ଏକ ସଂକ୍ରମଣ ବ୍ୟାପିଛି। ତେବେ ଏହା କୌଣସି ଭାଇରସ ନୁହେଁ, ମାତ୍ର ଉତ୍ତର ପୂର୍ବ ଚୀନରେ ହଜାର ହଜାର ଲୋକ ବ୍ୟାକ୍ଟେରିଆ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଏ ବ୍ୟାକ୍ଟେରିଆ Brucell ଭାକସିନ୍ ତିଆରି କରୁଥିବା ସରକାରୀ ବାୟୋଫାର୍ମାସୁଟିକଲ ପ୍ଳାଣ୍ଟରେ ଲିକ୍ ହେବା ପରେ ଏହି ସଂକ୍ରମଣ ବ୍ୟାପିଛି।

ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଉତ୍ତର ପୂର୍ବ ଚୀନରେ ୩,୨୪୫ ଲୋକ ବ୍ରୁସେସୋଲିସ୍ (Brucellosis) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହା ବ୍ୟାକ୍ଟେରିଆ ଜନିତ ଏକ ରୋଗ। ଏହି ବ୍ୟାକ୍ଟେରିଆ ଜୀବଜନ୍ତୁଙ୍କ ପ୍ରଡକ୍ଟ ବା ସଂକ୍ରମିତ ଜୀବଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ ହୋଇଥାଏ। ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଗତବର୍ଷ ଝୋଙ୍ଗୁମ୍ ଲାଝୋଓରେ ବାୟୋଲଜିକାଲ ଫର୍ମାକ୍ୟୁଟିକଟ୍ ଫ୍ୟାକ୍ଟ୍ରିରୁ ଏହି ରୋଗ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଏ ରୋଗରେ ଚୀନରେ ୧୧,୪୦୧ ଲୋକ ସଂକ୍ରମିତ ହୋଇଛନ୍ତି।

ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ପରେ ଶରୀରରେ ଏହାର ଅନେକ ଲକ୍ଷଣ ଦେଖାଯାଏ। ଯେମିତିକି ଜ୍ବର ହେବା, ମାଂସପେଶୀରେ ଯନ୍ତ୍ରଣା, ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ଦେଖିବାକୁ ମିଳେ।  ଏହି ରୋଗକୁ ମାଲ୍ଟ ଫିଭର ବା ମେଡିଟେରେନିୟମ ଫିଭର କୁହାଯାଏ। ବ୍ୟାକ୍ଟେରିଆରୁ ଦେଖାଦେଉଥିବା କିଛି ଲକ୍ଷଣ ଖୁବ୍ ମାରାତ୍ମକ ମଧ୍ୟ ହୋଇଥାଏ। ଆମେରିକା ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଅନୁସାରେ ଏହା ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ବ୍ୟାପି ନ ଥାଏ। ବରଂ ଖାଦ୍ୟ, ପାଣି ତଥା ଶ୍ବାସକ୍ରିୟା ଦ୍ବାରା ବ୍ୟାପିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.