୨୮୦ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ବେପାରୀ ଅଟକ

Published By : Prameya-News7 Bureau | September 10, 2021 IST

ଜଳେଶ୍ବର ୧୦।୯: ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ବର ରାଜପୁର ନଦୀ ବନ୍ଧ ଅଂଚଳରୁ ୨୮୦ ଗ୍ରାମ୍ ବ୍ରାଉନସୁଗାର ଜବତ । ଦୁଇ ବ୍ରାଉନ ସୁଗାର ବେପାରୀ ଅଟକ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୮ ଲକ୍ଷ ଟଙ୍କା । ଅଟକ ଦୁଇ ବ୍ରାଉନସୁଗାର ବେପାରୀ ହେଲେ ଝାଡ଼େଶ୍ବରପୁର ଅଞ୍ଚଳର ସମୀର ଖାଁ ଓ ରାଜପୁର ଅଂଚଳର ସେକ୍ ଆଈମତ (ବୁଦ୍ଧିଆ) ।

{"id":509356,"width":753,"height":414,"sizeSlug":"full","linkDestination":"none"}

ଗୁରୁବାର କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଏକ ଟିମ୍ ଗଠନ କରି ବିଳମ୍ବିତ ରାତିରେ ଜଳେଶ୍ବର ଝାଡ଼େଶ୍ବରପୁର ଓ ରାଜପୁର ନଦୀ ବନ୍ଧ ଅଂଚଳରେ ଚଢ଼ାଉ କରିଥିଲା । ରାଜପୁର ନଦୀ ବନ୍ଧ ଅଞ୍ଚଳରେ ବ୍ରାଉନସୁଗାର ନେଣଦେଣ ଚାଲିଥିଲା ବେଳେ ଦୁଇ ବ୍ରାଉନସୁଗାର ବ୍ୟବସାୟୀକୁ ଅଟକ କରିବା ସହିତ ତାଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଟକ ଦୁଇ ବ୍ରାଉନସୁଗାର ବେପାରୀ ହେଲେ ଝାଡ଼େଶ୍ବରପୁର ଅଞ୍ଚଳର ସମୀର ଖାଁ ଓ ରାଜପୁର ଅଂଚଳର ସେକ୍ ଆଈମତ (ବୁଦ୍ଧିଆ) । ୨୯୭ ନଂରେ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.