Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବାଇକ୍‌ରେ ଚାଲିଥିଲା ଧଳାଜହର ବେପାର, ଅଧା କେଜି ବ୍ରାଉସୁଗାର ସହ ବେପାରୀ ଗିରଫ

25/06/2021 at 12:09 PM

ଭଦ୍ରକ ୨୫।୬: ବାଇକରେ ଆସୁଥିଲା ଅଧା କେଜିରୁ ଅଧିକ ବ୍ରାଉନସୁଗାର । ଏମିତି ଚୋରାରେ ବ୍ରାଉନସୁଗାର ବେପାର ବେଳେ ପୋଲିସ ବେପାରୀଙ୍କୁ କାବୁ କରିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ନେଇ ନିଜେ ଆସୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ୧୬ନମ୍ବର ଜାତୀୟ ରାଜପଥର ଧାମରା ରେଳ ଓଭର ବ୍ରିଜ ନିକଟରେ ବାଇକ୍ ଅଟକାଇ ଚେକିଂ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଚେକିଂ ସମୟରେ ୫୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିବା ପୋଲିସକୁ ବୟାନ ଦେଇଛନ୍ତି । ସେମାନଙ୍କ ନିକଟରୁ ମୋବାଇଲ ସହ ବାଇକ୍ ମଧ୍ୟ ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ହେଉଛି ଏରେଇଁ ଅଞ୍ଚଳର ଏସକେ ରାବୁଲ । ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ବ୍ରାଉନସୁଗାର ବେପାର ସହ ଅନ୍ୟ ମାମଲାରେ ଜଡିତ ରହିଛି । ଟାଉନ ଥାନାରେ ଏସକେ ରାବୁଲ ନାମରେ ବହୁ ମାମଲା ରହିଥିବା ଭଦ୍ରକ ଏସପି ସୂଚନା ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଅଭିଯୁକ୍ତର ଲୋକାଲ କଣ୍ଟାକ୍ଟକୁ ଟ୍ରେସିଂ କରାଯାଉଛି । ଜଳେଶ୍ବରର ମୁଖ୍ୟ ବେପାରୀକୁ ଚିହ୍ନଟ ସହ ଧରିବା ପାଇଁ ପୋଲିସ ବ୍ୟାପକ ଭାବେ ଉଦ୍ୟମ ଜାରି ରଖିଛି । ଗିରଫ ଅଭିଯୁକ୍ତର ଆର୍ଥିକ ମାମଲାର ଛାନଭିନ୍ ସହ ଅନ୍ୟ କେଉଁ ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଇଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

   Related Posts