୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ

Published By : Prameya-News7 Bureau | April 13, 2021 IST

ବାରିପଦା ୧୩।୪: ବାରିପଦା ଟାଉନ ପୋଲିସକୁ ବଡ ସଫଳତା । ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ସହ ଜଣେ ଗିରଫ । ଗିରଫ ଯୁବକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ ୨୭ର ବର ଗଛ ଗଳି ଅଞ୍ଚଳର ବୈଦ୍ୟନାଥ ପାଲଙ୍କ ପୁଅ ଗୋବିନ୍ଦ ପାଲ । ତେବେ ଗୋବିନ୍ଦଙ୍କ ନିକଟରୁ ୪୧୭ଗ୍ରାମର ଧଳା ଜହର ଜବତ କରିଛି ଟାଉନ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ପୋଲିସର ସ୍ବତନ୍ତ୍ର ଦଳ ଘରେ ଥିବା ବେଳେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଜବତ କରିବାରେ ସକ୍ଷମ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ତେବେ ଏହା ପଛରେ ଅନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ପୋଲିସ ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.