Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୨୬୨ ଗ୍ରାମ୍ ବ୍ରାଉନସୁଗାର ଜବତ କଲା କ୍ୟୁଏଟି, ଜଣେ ଗିରଫ

9/10/2021 at 1:09 PM

ଭୁବନେଶ୍ବର ୯।୧୦: ରାଜଧାନୀରେ ପୁଣି ଜବତ ହେଲା ବ୍ରାଉନସୁଗାର । କ୍ୟୁଏଟିକୁ ମିଳିଲା ସଫଳତା । ୨୬୨ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ନାଁ ମୁନାଲ ସାମଲ । ତା ନିକଟରୁ ନଗଦ ୧୦ ହଜାର ଟଙ୍କା ବି ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା । ମୁନାଲ ଜଳେଶ୍ବର ଅଂଚଳରୁ ବ୍ରାଉନସୁଗାର ଆଣି ରାଜଧାନୀରେ ବିକ୍ରି କରୁଥିଲା । ବାଲିଅନ୍ତା ଥାନା ଅଂଚଳରୁ ତାଙ୍କୁ କ୍ୟୁଏଟି ଗିରଫ କରିଛି ।

୨୦୨୧ରେ କେବଳ ୧୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ଭୁବନେଶ୍ବର ୟୁପିଡି କେବଳ ୫.୬୬ କେଜି ବ୍ରାଉନସୁଗାର ଜବତ କରିବା ସହ ୬୭ ଜଣକୁ ଗିରଫ କରିଛି । କଟକ ପୋଲିସ ୪.୬୪୬ କେଜି ବ୍ରାଉନସୁଗାର ଜବତ କରିବା ସହ ୩୦ ଜଣଙ୍କୁ ଗିରଫ କରାଯାଇଛି । ୪୩ ଲକ୍ଷ ୫୦ ହଜାର ଟଙ୍କା ଭୁବନେଶ୍ବର ପୋଲିସ ଜବତ କରିଛି । ୧ କେଜି ୭୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩୩ ଜଣଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ ଅଡିଟ୍ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପୋଲିସ ଚେଷ୍ଟା କରିବ । ସବୁ ବ୍ରାଉନସୁଗାର କଲିକତା ଅଞ୍ଚଳରୁ ଆସୁଛି । ଡ୍ରଗ୍ସ ଉପରେ କଣ୍ଟ୍ରୋଲ ଆସିଲେ ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ।

   Related Posts