ଶାସନବାଡ ଅଞ୍ଚଳରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | December 11, 2019 IST

ଜଳେଶ୍ବର ୧୧।୧୨: ଜଳେଶ୍ବରରୁ ପୁଣି ଧଳ ଜହର ଜବତ । ବାଲେଶ୍ବର ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ଶାସନବାଡ ଅଞ୍ଚଳରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । 

{"id":196227,"sizeSlug":"large"}

ଚଢାଉ ବେଳେ କୁଖ୍ୟାତ ଡ୍ରଗ୍ସ ମାଫିଆ ରାହତ ଅଲ୍ଲୀ ଖାନ୍ ଓରଫ ମୁନ୍ନା ଘର ଭିତରେ ନିଜକୁ ବନ୍ଦ କରି ଆତ୍ମହତ୍ୟା କରିବାକୁ ପୋଲିସକୁ ଧମକ ଦେଇଥଲା । ଘଟଣାସ୍ଥଳ ଛାଡି ଚାଲିଯିବାକୁ ପୋଲିସକୁ ଚେତାବନୀ ଦେଇଥିଲା ମୁନ୍ନା। ପୋଲିସ ମୁନ୍ନାର ଘର କବାଟ ଭାଙ୍ଗି ତାକୁ ଉଠାଇ ଆଣିଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ମୁନ୍ନାର ମା’ଙ୍କୁ ମଧ୍ୟ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.