୩ଶହ ଗ୍ରାମ୍ ବ୍ରାଉନସୁଗାର ଜବତ : ଜଣେ ଗିରଫ, ବାଇକ୍ ଓ ବନ୍ଧୁକ ଜବତ

Published By : Prameya-News7 Bureau | November 20, 2020 IST

ଜଗତସିଂହପୁର ୨୦।୧୧: ଜଗତସିଂହପୁର ଜିଲ୍ଲା ସଦର ଥାନା ତରତଙ୍ଗ ଗାଁରେ ଜଗତସିଂହପୁର ଅବକାରୀ ବିଭାଗର ଚଢ଼ାଉ । ୩ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।  ଗିରଫ ଚୋରା ବ୍ୟବସାୟୀ ତୋଟାପଡା ଗାଁର ପ୍ରଭାତ ରଂଜନ ମହାପାତ୍ର ।

{"id":364644,"sizeSlug":"large"}

ସେ ଦୀର୍ଘ ଦିନ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ  ଆଜି ଅବକାରୀ ପୋଲିସ ତା ଘର ଉପରେ ଚଢ଼ାଉ କରିଥିଲା । ବ୍ରାଉନ ସୁଗାର ସହିତ ବାଇକ୍ ଓ ଏକ ବନ୍ଧୁକ ମଧ୍ୟ ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.