୨୬ ଗ୍ରାମ୍ ବ୍ରାଉନସୁଗାର ସହ ଜଣେ ବେପାରୀ ଗିରଫ

Published By : Prameya-News7 Bureau | October 12, 2020 IST

ଭଦ୍ରକ ୧୨।୧୦: ବ୍ରାଉନସୁଗାର ସହ ଜଣେ ଗିରଫ । ଗିରଫ ଯୁବକକ ନିକଟରୁ ଜବତ ହୋଇଛି ୨୬ ଗ୍ରାମ ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି ।

{"id":342980,"sizeSlug":"large"}

ଭଦ୍ରକ ଏସଡିପିଓ ସାର୍ଥକ ରାୟଙ୍କ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବେପାରୀଙ୍କ ଧରିବା ପାଇଁ ସ୍ଵତନ୍ତ୍ର ଟିମ୍ ସହ କେତେକ ସ୍ପାଏ ନିଯୁକ୍ତ କରିଛନ୍ତି । ସେହି ଗୁପ୍ତ ତଥ୍ୟ ଆଧାରରେ ପୁରୁଣାବଜାର ଥାନା ଅଧୀନ ବଙ୍କାବଜାରଠାରେ ଯୁବକ ଜଣକ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ଗିରଫ କରାଯାଇଛି ।

{"id":342981,"sizeSlug":"large"}

ଜବତ ବ୍ରାଉନସୁଗାରର ଓଜନ ପ୍ରାୟ ୨୬ ଗ୍ରାମ ହେବ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ କୌଣସି ବ୍ୟକ୍ତିଙ୍କ ନିକଟରେ ବ୍ରାଉନସୁଗାର ବେପାର ନେଇ କୌଣସି ସୂଚନା ଥିଲେ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.