Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୋଲିସ୍ ହାବୁଡ଼ରୁ ଖସିଗଲା ନିଶା ବେପାରୀ ପୁଅ ଧରାପଡିଲା ମାଆ- ଏକାଠି କରୁଥିଲେ ଧଳା ଜହର ବେପାର

11/12/2019 at 5:01 PM

ବାଲେଶ୍ବର ୧୧/୧୨: ଧଳାଜହରର ପେଣ୍ଠସ୍ଥଳୀ ପାଲଟିଥିବା ବାଲେଶ୍ବରରେ ପୂରା ପରିବାରକୁ କାରବାରରେ ଲଗାଇଛନ୍ତି ବ୍ରାଉନସୁଗାର ମାଫିଆ । ଘରର ବୟସ୍କା ମହିଳାଙ୍କ ଉପରେ ପୋଲିସର କୌଣସି ସଂଦେହ ହେବନି ଭାବି ସେମାନଙ୍କ ପାଖରେ ଧଳାଜହର ପ୍ୟାକେଟ୍‌କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ଏଭଳି ଏକ ଘଟଣାରେ ଜଳେଶ୍ବର ଥାନା ଶାସନବାଡ଼ ଗାଁର ଜଣେ ବୟସ୍କା ମହିଳାଙ୍କ ଠାରୁ ୩୧୦ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି ଅବକାରୀ ବିଭାଗ ଟିମ୍‌ ।ଗଲା ଦୁଇ ଦିନ ଭିତରେ ଏହି ଅଂଚଳରୁ ୪୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ୍‌ ହୋଇଛି ।….

ପୋଲିସ ହାବୁଡ଼ରୁ ପୁଅ ଖସିଗଲା । ଧରାପଡ଼ିଲା ମାଆ । ଜବତ ହେଲା ୩୧୦ଗ୍ରାମ୍‌ ବ୍ରାଉନ୍‌ସୁଗାର । ଏଠି ପୂରା ପରିବାରକୁ ବେପାରରେ ଲଗାଇଛନ୍ତି ବ୍ରାଉନସୁଗାର ମାଫିଆ । ଘରର ବୟସ୍କା ମହିଳାଙ୍କ ଉପରେ କାଳେ ପୋଲିସର ସଂଦେହ ହେବନି, ତେଣୁ ତାଙ୍କରି ପାଖରେ ନିଜ ମାଲ୍‌କୁ ସୁରକ୍ଷିତ ବୋଲି ଭାବୁଛନ୍ତି । ଏମିତି ଏକ ଘଟଣାରେ ବାଲେଶ୍ବରର ଜିଲ୍ଲା ଜଳେଶ୍ବର ଶାସନବାଡ଼ ଗାଁର ବୟସ୍କା ମହିଳା ରମିନା ବେଓ୍ବାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ପୋଲିସ ରେଡ୍‌ ବେଳେ ପୁଅ ମୁନ୍ନା ଖାଁ ଘରେ ନଥିବା ଜଣାପଡ଼ିଥିଲା । ମାଆ ପାଖରେ ମାଲ ରଖି ବେପାର ଚଳାଇଥିଲା ବ୍ରାଉନ୍‌ସୁଗାର ମାଫିଆ ମୁନ୍ନା ଖାଁ ।

ମଙ୍ଗଳବାର ଜଳେଶ୍ବରରୁ ୧୪ଲକ୍ଷ ଟଙ୍କାର ପ୍ରାୟ ୬୮ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବେପାରୀ ସେକ୍‌ ଆବାସ ଗାଁକୁ ଗିରଫ କରାଯାଇଥିଲା । ପୁଣି ବୁଧବାର ୩୧ଲକ୍ଷ ଟଙ୍କାର ଧରାଜହର ଧରିଛି ଅବକାରୀ ବିଭାଗ ସ୍କ୍ବାର୍ଡ଼ । ବ୍ରାଉନ୍‌ସୁଗାର କାରବାରର ହବ୍‌ ପାଲଟିଛି ଜଳେଶ୍ବର ।ବାଂଲାଦେଶ, ମଣିପୁର, ଆସାମରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ବରକୁ ଆସୁଛି ଏହି ଧଳାଜହର ।  ବାଲେଶ୍ବର ଅଡର ବଜାର ଧଳା ଜହର କାରବାରର ପେଣ୍ଠସ୍ଥଳୀ  । କିଛି ଦିନ ତଳେ ବ୍ରାଉନସୁଗାର ମାଫିଆ ରାଜାକୁ ଧରିବା ପରେ ମଧ୍ୟ ଏବେ ବି କାରବାର ଜାରି ରହିବା ଅବାକାରୀ ବିଭାଗ ପାଇଁ ଚାଲେଂଜ ସୃଷ୍ଟି କରିଛି ।

   Related Posts