ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23/01/2021 at 3:23 PM

ପୁରୀ ୨୩।୧: ପୁରୀ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ପିପିଲି ହରିପୁର ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କଠାରୁ ୩୦ ଗ୍ରାମ ଓ ଡେଲାଙ୍ଗ ଥାନା ସେବକ ସାହି ପାଟଣାର ରାମଚନ୍ଦ୍ର ବେହେରାଙ୍କଠାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ଦର ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଶନିବାର ସକାଳୁ ଅବକାରୀ ଟିମ୍ ଚଢ଼ାଉ କରିଥିଲେ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021