ପାଟ୍ରୋଲିଂ ବେଳେ ବାଲେଶ୍ବର ସିମୁଳିଆରୁ ୩୮ ଗ୍ରାମ୍ ବ୍ରାଉନସୁଗାର ଜବତ : ୨ଜଣ ଗିରଫ
7/10/2019 at 12:48 PM

ବାଲେଶ୍ବର ୭/୧୦: ବାଲେଶ୍ବରରୁ ବ୍ରାଉନ ସୁଗାର ଜବତ ହୋଇଛି । ସିମୁଳିଆ ଥାନା ଏନଏଚ୍ ୧୬ ମାର୍କୋଣା ଠାରେ ରେଡ କରିଥିଲା ପୋଲିସ । ୨ ଜଣ ଯୁବକ ବାଇକରେ ବ୍ରାଉନସୁଗାର ନେଇ ଯାଉଥିବା ଖବର ପାଇ ଚଢାଉ କରିଥିଲା ପୋଲିସ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ । ଗିରଫ ୨ ଯୁବକ ଖୋର୍ଦ୍ଧା ରଥପୁର ଗାଁର ଫୈୟୋଜ ମହମ୍ମଦ ଓ ଆଶିକ ଖାଁ । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021