ପାରାଦୀପରେ ବ୍ରାଉନ ସୁଗାର ଜବତ ହେବା ସହ ଦୁଇ ଜଣ ଗିରଫ
12/08/2019 at 11:22 AM

ପାରାଦୀପ ୧୨/୮: ବ୍ରାଉନସୁଗାର ସହିତ ଦୁଇ ଜଣକୁ ଗିରଫ କଲା ପାରାଦୀପ ଆଦର୍ଶ ଥାନା। ସେମାନଙ୍କ ପାଖରୁ ପ୍ରାୟ ୨୨ ପ୍ୟାକେଟ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି। ତେବେ ପାରାଦୀପ ଉପକଣ୍ଠ ଉଦୟବଟ ଅଞ୍ଚଳରେ ଦୀର୍ଘଦିନ ହେବ ବ୍ରାଉନସୁଗାର ବେପାର କରୁଥିବା ବେଳେ ପାରାଦୀପ ଆଦର୍ଶ ଥାନା ର ନଜର ରହିଥିଲା।
କୌଣସି ସୂତ୍ରରୁ ଖବରପାଇ ପୋଲିସ ଉଦୟବଟ ଅଞ୍ଚଳରେ ଚଢ଼ାଉ କରି ଏହି ଦୁଇ ଜଣଙ୍କୁ ଗିରଫ କରଛି। ତେବେ ଏମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନଥିବା ବେଳେ ଏମାନଙ୍କ ସହିତ ଆଉ କିଏ ସାମିଲ ଅଛନ୍ତି କିମ୍ବା ଏମାନେ କେଉଁଠୁ ବ୍ରାଉନସୁଗାର ଆଣୁଛନ୍ତି ଏ ନେଇ ତଦନ୍ତ ଆରମ୍ଭ ହୋଇଛି।