୧୭ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
8/12/2020 at 4:50 PM

କଟକ ୮।୧୨: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ମଙ୍ଗଳବାର ଦିନ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ବିଶ୍ବସ୍ତ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ବାରଙ୍ଗ ନିକଟରେ ଜଣେ ଯୁବକଙ୍କୁ ଅଟକାଇ ଖାନତଲାସ କରିବା ବେଳେ ତାଙ୍କ ନିକଟରୁ ପ୍ରାୟ ୬୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ସମ୍ପୃକ୍ତ ଯୁବକ ଜଣକ ଏହି ବ୍ରାଉନସୁଗାରକୁ ଖୋର୍ଦ୍ଧା ଅଞ୍ଚଳରୁ ଆଣି କଟକରେ ବିକ୍ରି କରିବାର ଯୋଜନା କରିଥିଲେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଅଭିଯୁକ୍ତଙ୍କ ସହ ଆସୁଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି । ସମ୍ପୃକ୍ତ ଯୁବକ ଜଣକ ଗ୍ରାହକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
Related Posts
ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021
ମା ବିରୋଧରେ ‘ପକ୍ସୋ’ ମାମଲା ! ନାବାଳକ ପୁଅକୁ ଦେଉଥିଲା ଯୌନ ନିର୍ଯାତନା
19 January 2021