ବ୍ରାଉନସୁଗାର ବେପାରର ନୂଆ ଟ୍ରେଣ୍ଡ : ଲୁଟୁଥିଲେ ହାଇସ୍ପିଡ୍ ବାଇକ୍, ସେଥିରେ ଚାଲାଣ କରୁଥିଲେ ଧଳା ଜହର

Published By : Prameya-News7 Bureau | April 06, 2021 IST

ଭୁବନେଶ୍ବର ୬।୪: ଧଳା ଜହର ବେପାରର ନୂଆ ଟ୍ରେଣ୍ଡ । ରାଜଧାନୀରୁ ହାଇ ସ୍ପିଡ୍ ବାଇକ୍ ଲୁଟିବେ ତାପରେ ବ୍ରାଉନସୁଗାର ବିକ୍ରି କରିବେ । ରାଜଧାନୀରେ ବାଇକ୍ ଲୁଟ୍ କରି ସେହି ବାଇକ୍ ଦ୍ବାରା ଧଳା ଜହରକୁ ଅସଲ ଠିକଣାରେ ପହଞ୍ଚାଉଛନ୍ତି ବ୍ରାଉନସୁଗର ଦଲାଲ୍ । ଜଟଣୀରେ ଏଭଳି ବ୍ରାଉନସୁଗାର ବେପାରୀଙ୍କୁ ଧରିବା ପରେ ଖୋଲିଛି ଅସଲ କାହାଣୀ । ସମାନ ଢଙ୍ଗରେ ଆପୋଲେ ହସପିଟାଲ ପାର୍କିଂରୁ ବାଇକ୍ ଲୁଟି ନେଇ ଫେରାର ହୋଇଯାଇଥିବା ଲୁଟେରାମାନେ ଏଭଳି ଧଳାଜହର ବିକ୍ରି କରିବାକୁ ଟାର୍ଗେଟ୍ କରିଛନ୍ତି ।  

{"id":434167,"sizeSlug":"large","linkDestination":"none"}

ଅନ୍ୟପଟେ ରାଜଧାନୀରେ ବଢୁଥିବା ବାଇକ୍ ଲୁଟରୋଙ୍କୁ କାବୁ କରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏମାନଙ୍କଠାରୁ ଜବତ ହୋଇଥିବା ବାଇକ୍ ସବୁ ଲୁଟ୍ ହୋଇଛି । କେବଳ ଭୁବନେଶ୍ବର ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଗାଡି ଚୋରି କରି ଏବେ ଧଳାଜହର ବିକ୍ରି କରୁଛନ୍ତି । ସ୍ବତନ୍ତ୍ର ସ୍କ୍ବାଡ୍ ହାତରେ ଧରାପଡିଛନ୍ତି କୁଖ୍ୟାତ ଧଳାଜହର ମାଫିଆ ନନ୍ଦୁ ଓ ଜଗନ । ଏମାନଙ୍କଠାରୁ ବ୍ରାଉନସୁଗାର ସମେତ ଦୁଇଟି ବାଇକ୍ ଓ ୪୫ ହଜାର ଟଙ୍କା ଜବତ ହୋଇଛି ।  ସେହିପରି ଖଣ୍ଡଗିରି ଓ ଲିଙ୍ଗରାଜ ଥାନା ଭଳି ଅନେକ ଥାନାରେ ଧଳାଜହର ମାଫିଆଙ୍କ ସହ ବାଇକ୍ ଲୁଟେରାଙ୍କ କାବୁ କରାଯାଇଛି । ତେବେ ଆଗକୁ ଏଭଳି ଅଭିଯାନକୁ ଜୋରଦାର କରାଯିବ ବୋଲି ଡିସିପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.