ବ୍ରାଉନସୁଗାର୍ ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ: ୨ ଗିରଫ, ମୋବାଇଲ ଓ ବାଇକ୍ ଜବତ

Published By : Prameya-News7 Bureau | September 08, 2020 IST

ଭଦ୍ରକ, ୦୮|୦୯  :  ଦିନରେ ପେଟ୍ରୋଲିଂ ବେଳେ ବ୍ରାଉନସୁଗାର ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ । ୨ ଜଣ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

ଏହି ଦୁଇ ବ୍ରାଉନସୁଗାର ବେପାରୀ ପୋଲିସକୁ ଦେଖି ପଳାଇଯାଉଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସେମାନଙ୍କୁ ଗିରଫ କରିଛି । ଦୁଇ ଜଣଙ୍କ ନିକଟରୁ ୩୦ ଗ୍ରାମର ବ୍ରାଉନସୁଗାର ସହ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରାଯାଇଛି ।

ଗିରଫ ଦୁଇଜଣ ହେଲେ ବନମାଳୀ ମଲ୍ଲିକ ଓ ଭରତ ମଲ୍ଲିକ । ଏହି ଦୁଇଜଣ ବଉଳପୋଖରୀ ଗାଁର । ପୋଲିସକୁ ଦେଖି ଦୁଇ ଜଣ ବାଇକ ଯୋଗେ ଖସିଯାଉଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ସେମାନଙ୍କୁ ପିଛା କରିଥିଲା । ଜଗଦଲପୁର ନିକଟ ରାଣୀତାଲ କେନାଲ ରୋଡ ନିକଟରେ କାବୁ କରିଥିଲା ପୋଲିସ ।

ଏ ନେଇ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ରିପୋର୍ଟ ଅନୁଯାୟୀ ଥାନା ରେ ୫୨୭ / ୨୦ ନମ୍ବର ମାମଲା ରୁଜୁ ହୋଇଛି । ଏନଡ଼ିପିଏସ ଆଇନ ଅନୁସାରେ ମାମଲା ରୁଜ ହେବା ସହ ରାକେଟ କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.