୯ମାସରେ ୫ଥରରେ ରାଜଧାନୀରୁ ଧରାପଡିଲାଣି ୪୭ଲକ୍ଷ ମୂଲ୍ୟର ଚୋରା ବ୍ରାଉନ ସୁଗାର, ହେଲେ ଏବେ ବି କିଙ୍ଗପିନ୍ ପୋଲିସ ପଞ୍ଝାରୁ ଦୂରରେ

Published By : Prameya-News7 Bureau | May 17, 2019 IST

ଭୁବନେଶ୍ବର୧୭|୫: ପୁଣି ରାଜଧାନୀର ସୀମା ଭିତରୁ ଜବତ ହୋଇଛି ୬ଲକ୍ଷ ୮୦ହଜାର ଟଙ୍କାର ବ୍ରାଉନ ସୁଗାର । ଧରାପଡ଼ିଛନ୍ତି ୨ଜଣ ନିଶା ବେପାରୀ । ଏମାନଙ୍କ ଭିତରୁ ଜଣେ ନୟାପଲ୍ଲୀ ଅଂଚଳରୁ ପୋଲିସ ହାତରେ ଧରାପଡ଼ିଥିବା ବେଳେ ଆଉ ଜଣକୁ ଭୁବନେଶ୍ବର ଉପକଣ୍ଠରୁ ଉଠାଛି ଅବକାରୀ ଗୁଇନ୍ଦା ବିଭାଗ ଟିମ୍‌ ।

{"id":112955}

ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ବ୍ରାଉନସୁଗାର ବେପାରୀ ଧରାପଡ଼ିବା ପରେ ମଧ୍ୟ ରାଜଧାନୀରେ ଏହି ଧଳାଜହର କାରବାର ଉପରେ ରୋକ୍‌ ଲାଗିପାରୁନି କାହିଁକି ?  କାହିଁକି ନିଶାବେପାରୀଙ୍କ ନିରାପଦସ୍ଥଳୀ ପାଲଟିଛି ଭୁବନେଶ୍ବର ? ଚାଲନ୍ତୁ ଉତ୍ତର ଖୋଜିବା ଏଇ ରିପୋର୍ଟରେ । …..

{"id":112956}

ରାଜଧାନୀକୁ ବ୍ରାଉନସୁଗାର ଆସୁଛି । ସେକଥା ସମସ୍ତେ ଜାଣିଗଲେଣି । ଭୁବନେଶ୍ବର ଗଳିକନ୍ଦିରେ ବେଧଡ଼କ ନିଶାକାରବାର ଚାଲିଛି । ସେକଥା ବି ଅନେକ ଅନୁଭବ କରୁଛନ୍ତି । ୟାରି ଭିତରେ ବ୍ରାଉନସୁଗାର ଜବତ ହେଉଛି, ଧରାପଡ଼ୁଛନ୍ତି ନିଶାବେପାରୀ, ସେକଥା ବି ବାରମ୍ବାର ଲୋକେ ଶୁଣୁଛନ୍ତି, ଆଉ ଦେଖୁଛନ୍ତି ମଧ୍ୟ । ହେଲେ ମାସ ମାସ ଧରି ଚାଲିଥିବା ଏଭଳି ପ୍ରକ୍ରିୟା ପରେ ବି କାହିଁକି ଏହି ଧଳାଜହର କାରବାର ଉପରେ ରୋକ୍‌ ଲାଗିପାରୁନି ତା’ର ଉତ୍ତର କାହା ପାଖରେ ନାହିଁ ।

{"id":112957}

ସବୁ ଥର ଭଳି ଏଥର ମଧ୍ୟ ରାଜଧାନୀର ସୀମା ଭିତରୁ ଦୁଇ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୬ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଧରାଜହର ଜବତ୍‌ ହୋଇଛି । ଗିରଫ ଦୁଇ ଜଣଙ୍କ ଭିତରୁ ଜଣେ ହେଉଛି ପେଶାଦାର ବ୍ରାଉନସୁଗାର ବେପାରୀ ।  

{"id":112958}

ଗଲା ୯ମାସ ଭିତରେ ଏଭଳି ୫ ପାଞ୍ଚଟି ମାମଲା ସାମ୍ନାକୁ ଆସିଛି । ସେପ୍ଟେମ୍ବର ୭, ୨୦୧ । ଭୁବନେଶ୍ବର ଳଦୀ ପଡ଼ିଆ ବସ୍ତିରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିଲା । ଧଳାଜହର  କାରବାର ଅଭିଯୋଗରେ ମଇନା ରାଉତରାୟକୁ ଗିରଫ କରିଥିଲା ଅବକାରୀ ବିଭାଗ । ନଭେମ୍ବର ୨୩, ୨୦୧୮ । ଧରାପଡ଼ିଥିଲା ୬ଲକ୍ଷ ଟଙ୍କାର ଧଳାଜହର । ଗିରଫ ହୋଇଥିଲା ନିଶା ବେପାରୀ ସୁଧୀର ମହାନ୍ତି ।

{"id":112959}

ଜାନୁଆରୀ ୨୫, ୨୦୧୯ । ଜଣେ ବିଟେକ୍‌ ଛାତ୍ର ପାଖରୁ ଜବତ ହୋଇଥିଲା ୭ଲକ୍ଷ ଟଙ୍କାର ବ୍ରାଉନସୁଗାର ।ଆଉ ଫେବ୍ରୁଆରି ୧୩ରେ ୮ଲକ୍ଷ ଟଙ୍କାର ଧଳାଜହର ରଖିଥିବା ଆଉ ଜଣେ ବିଟେକ୍‌ ଛାତ୍ର ଧରାପଡ଼ିଥିଲା । ବାରମ୍ବାର ଏମିତି ବ୍ରାଉନସୁଗାର ଜବତ ହେଉଛି, ଧରାପଡ଼ୁଛନ୍ତି ନିଶା ବେପାରି । ହେଲେ  ବେପାର ବନ୍ଦ ହେଉନି ।

{"id":112960}

ବାଲେଶ୍ବରରୁ ବ୍ରାଉନସୁଗାର ଆସୁଛି । ସେକଥା ଜଣା ଅଛି । କିଏ ଆଣି କାହାକୁ ଦେଉଛି, ତାର ଚେର ବି ଖୋଳିବାକୁ ଚେଷ୍ଟା କରାଯାଉଛି । ହେଲେ କିଙ୍ଗ୍‌ପିନ୍‌ ପାଖରେ ନା’  ପହଞ୍ଚି ପାରୁଛି ପୋଲିସ ନା’ ପହଞ୍ଚି ପାରୁଛନ୍ତି ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀମାନେ । ଏମିତିରେ କୋଉଦିନ ଟ୍ବିନ୍‌ସିଟିରେ ଏଇ ଧଳାଜହର କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲାଗୁଛି, ତାକୁ ହିଁ ଅପେକ୍ଷା ।

{"id":112961}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.