Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଟ୍ବିନ୍ ସିଟିରେ ସକ୍ରିୟ ବ୍ରାଉନସୁଗାର ମାଫିଆ : କଟକ ଗଡଗଡିଆ ନିକଟରୁ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବ୍ୟବସାୟୀ ବଳରାମ ବେହେରା ଗିରଫ

15/09/2019 at 5:03 PM

କଟକ ୧୫।୯: କଟକ ଗଡଗଡିଆ ନିକଟରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା । ଧଳା ଜହର କାରବାର କରୁଥିବା ମାଛୁଆବଜାର ଅଞ୍ଚଳର ବଳରାମ ବେହେରାକୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ । ବଳରାମ ଗଡଗଡିଆ ନିକଟରେ ଧଳାଜହର ବ୍ୟବସାୟୀଙ୍କଠାରୁ ବ୍ରାଉନସୁଗାର କିଣି ଯିବାକୁ ଉଦ୍ୟମ କରୁଥିବା ବେଳେ ସାଦା ପୋଷାକରେ ଥିବା ଅବକାରୀ ବିଭାଗ ବଳାରାମକୁ ଗିରଫ କରିଛି ।

ମଦ ଗଞ୍ଜେଇ ପରେ ଏବେ କଟକକୁ ଗ୍ରାସ କରିଛି ଧଳା ଜହର । ଆଜି କଟକ ଗଡଗଡିଆ ନିକଟରୁ ୧୦ ଲକ୍ଷ ଟଙ୍କାର ଧଳା ଜହରକୁ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଧଳା ଜହର ବିକ୍ରି କରିବା ଅଭିଯୋଗରେ ମାଛୁଆ ବଜାରର ବଳରାମ ବେହେରାକୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଉନ୍ଦା ବିଭାଗ । ଦିନ ପ୍ରାୟ ୨ଟା ବେଳେ ବଳରାମ ଗଡଗଡିଆ ନକଟରୁ ବ୍ରାଉନସୁଗାର ବେପାରୀଙ୍କ ଠାରୁ ଏତେ ପରିମାଣର ଧଳା ଜହର କିଣି ବିକ୍ରି କରିବାକୁ ନେବା ସମୟରେ ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗ ବଳରାମକୁ ଗିରଫ କରିଛି ।

ପୂର୍ବରୁ କଟକ ସହରରୁ ପୋଲିସ ଓ ଅବାକରୀ ବିଭାଗ ପ୍ରାୟ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ କଟକ ସହରରେ ମଧ୍ୟ ଦିନକୁ ଦିନ ଧଳା ଜହର ବିକ୍ରି ବଢୁଥିବା ଏଥିରୁ ଅନୁମାନ କରିହେଉଛି । ବଳରାମ ଏହି ବ୍ୟବସାୟ ଦୀର୍ଘ ଦିନ ହେବ ଚଳାଇ ଆସୁଥିବା ବେଳେ ପୂର୍ବରୁ ମଧ୍ୟ ଗିରଫ ହୋଇଥିବା ସ୍ବୀକାର କରିଛି । ତେବେ ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ଜଣେ ବେପାରୀ ଆଣି ବ୍ରାଉନସୁଗାର ଯୋଗାଉଥିବା କଥାକୁ ମଧ୍ୟ ସ୍ବୀକାର କରିଛି ଅଭିଯୁକ୍ତ ।

   Related Posts