Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଦଳୀ କାନ୍ଦିରେ ବ୍ରାଉନସୁଗାର ଚୋରା ଚାଲାଣ – ଧଳା ଜହର କବଳରେ ଗ୍ରାମାଞ୍ଚଳ ଯୁବପୀଢ଼ି

22/10/2019 at 7:29 PM

କେନ୍ଦ୍ରାପଡା ୨୨।୧୦ –  ଧଳା ଜହର କବଳରେ ଗ୍ରାମାଞ୍ଚଳ ଯୁବପୀଢ଼ି ।ବ୍ରାଉନ ସୁଗାର ଜାଲରେ କଲେଜ ଛାତ୍ର । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ । କଲେଜ ଛାତ୍ରଙ୍କୁ ଚୋରାରେ ବ୍ରାଉନସୁଗାର ଯୋଗାଇ ଦିଆଯାଉଛି । ଆଉ ସେମାନେ ଏହି ନିଶା କବଳରେ ପଥଭ୍ରଷ୍ଟ ହେବା ସହିତ ନିଜ ଜୀବନକୁ ନଷ୍ଟ କରିଦେଉଛନ୍ତି ।

 ଧଳା ଜହରର ମୋହ ।ପଥଭ୍ରଷ୍ଟ ହେଉଛନ୍ତି ଯୁବପୀଢ଼ି । ନିଶା ବେପାରୀଙ୍କ ଟାର୍ଗେଟ୍‌ରେ କଲେଜ ଛାତ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ମାନେ ଏବେ ବ୍ରାଉନ ସୁଗାର ନିଶାରେ ପଡ଼ି ନିଜ ଜୀବନକୁ ନଷ୍ଟ କରିବାରେ ଲାଗିଛନ୍ତି । ଦେଖନ୍ତୁ ଏହି ଦୃଶ୍ୟ । କିଭଳି ୟୁନିଫର୍ମରେ ଥିବା ୨ ଜଣ କଲେଜ ଛାତ୍ର ବ୍ରାଉନ ସୁଗାର ସେବନ କରୁଛନ୍ତି । ଆଉ ସେମାନଙ୍କ ପାଖକୁ ଏହି ବ୍ରାଉନସୁଗାର ଆସୁଛି କଦଳୀ କାନ୍ଦିରେ ।ରାଜନଗର ଏବଂ ପଟ୍ଟାମୁଣ୍ଡାଇ ସାପ୍ତାହିକ ହାଟକୁ ଆସୁଥିବା କଦଳୀ କାନ୍ଦିରେ ବେଶ ଗୋପନୀୟ ଭାବେ ଏହି ବ୍ରାଉନସୁଗାର ଚୋରା ଚାଲାଣ କରାଯାଇଥାଏ ।ସେଥିପାଇଁ ସେମାନେ ଯେଉଁଠାରେ ଧଳା ଜହର ସେବନ କରୁଛନ୍ତି ସେଠାର ରଖାହୋଇଛି କଦଳୀ କାନ୍ଦି ।ଏ ଦୃଶ୍ୟ କେନ୍ଦ୍ରାପଡ଼ା ରାଜନଗରର ହୋଇଥିବା ବେଳେ ଛାତ୍ର ମାନେ ରାଜନଗର କଲେଜର । ସ୍ଥାନୀୟ ପୋଲିସର ଜାଣତରେ ଏସବୁ କାରବାର ହେଉଥିବା କୁହାଯାଉଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଧଳାଜହର କାରବାର ନେଇ ନ୍ୟୁଜ୍‌ 7ରେ ୧୦ ଦିନ ତଳେ ଏକ୍ସକ୍ଲୁସିଭ୍‌ ଭିଜୁଆଲ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।କେନ୍ଦ୍ରାପଡ଼ାରେ ମଧ୍ୟ କିଛିଦିନ ତଳେ ଜଣେ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି ।ତେବେ ଏହି କାରବାରରେ ଆହୁରି ବହୁ ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

ଥରେ ବିପଥଗାମୀ ହୋଇ ଧଳାଜହର କବଳରେ ପଡ଼ିଥିବା ଯୁବକ ଶେଷରେ ନିଜର ସର୍ବସ୍ବ ହରାଇ ମୃତ୍ୟୁ ମୁଖରେ ପଡ଼ିଥାନ୍ତି ।ତେବେ କେନ୍ଦ୍ରାପଡ଼ାକୁ କଦଳୀ କାନ୍ଦିରେ ଯେଉଁଭଳି ଢଙ୍ଗରେ ବ୍ରାଉନ ସୁଗାର ଚୋରା ଚାଲାଣ ହେଉଛି ତାହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ବ୍ୟାପକ ସ୍ତରରେ ହେବାର ଆବଶ୍ୟକତା ରହିଛି ।…

   Related Posts