ରାଜଧାନୀର ଶିରା ପ୍ରଶିରାରେ ଧଳା ଜହର

Published By : Prameya-News7 Bureau | July 28, 2018 IST

ଭୁବନେଶ୍ବର ୨୮/୭ : ରାଜଧାନୀରେ କାୟା ମେଲୁଛି ବ୍ରାଉନସୁଗାର କାରବାର। ମୁଖ୍ୟତଃ ବସ୍ତିଗୁଡିକ ପାଲଟିଛି ଏହାର ପେଣ୍ଠସ୍ଥଳ। ଗତ ମାସକ ଭିତରେ ୪ ଟି ବଡ ବ୍ରାଉନସୁଗାର ରାକେଟ ଧରାପଡିଛି । ତେବେ ଏଯାଏଁ ଧରାପଡୁନି କିଙ୍ଗପିନ୍ । ସେପଟେ କେଉଁଠୁ ଓ କେଉଁ ରୁଟରେ ରାଜଧାନୀକୁ ଆସୁଛି ବ୍ରାଉନସୁଗାର ତାହା ଏବେ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ଭୁବନେଶ୍ବର ଏବେ ବ୍ରାଉନସୁଗାରର ନଗରୀ। ରାଜଧାନୀର ପ୍ରତି ଗଳି କନ୍ଦିରେ ମିଳୁଛି ଏହି ଧଳା ଜହର । ଛୋଟଛୋଟ ପୁଡଆ ଆକାରରେ ବିକ୍ରି ହେଉଛି ଏହି ଜହର। ମୁଖ୍ୟତଃ ରାଜଧାନୀର ବସ୍ତିଗୁଡିକ ପାଲଟିଛି ଏହାର ପେଣ୍ଠସ୍ଥଳ। ସବୁଠାରୁ ବଡ କଥା ଏହି କାରବାର ପାଇଁ ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି ବ୍ରାଉସୁଗାର ବେପାରୀ । ବସ୍ତିର ଛୋଟଛୋଟ ପିଲା ଓ ମହିଳାମାନେ ପୁଡିଆ କରି ବିକ୍ରି କରୁଛନ୍ତି ଏହି ଧଳା ଜହର। ତେବେ କେଉଁଠୁ ଓ କେଉଁ ରୁଟରେ ରାଜଧାନୀକୁ ଆସୁଛି ବ୍ରାଉନସୁଗାର । ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଓଡିଶାକୁ ଦୁଇଟି ରୁଟ ଦେଇ ଅସୁଛି ବ୍ରାଉନସୁଗାର । ପ୍ରଥମଟି ହେଉଛି ଗୋଲଡେନ କ୍ରେସେଣ୍ଟ ରୁଟ ଓ ଦ୍ବିତୀୟ ରୁଟ୍ଟି ହେଉଛି ଗୋଲଡେନ ଟ୍ରାଇଏଙ୍ଗଲ ରୁଟ । ଗୋଲଡେନ କ୍ରେସେଣ୍ଟ ହେଉଛି ପ୍ରଥମେ ଆଫଗାନିସ୍ଥାନରୁ ପାକିସ୍ଥାନ ବାଉନସୁଗାର । ସେହିପରି ପାକିସ୍ଥାନକୁ ତୁର୍କୀ, ଇରାନ ଦେଇ ମଧ୍ୟ ଆସେ ଏହି ଧଳା ଜହର। ପରେ ପାକିସ୍ଥାନରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଗଡ ଦେଇ ଓଡିଶାକୁ ବ୍ରାଉନସୁଗାର ଆସେ ବିଭିନ୍ନ ଉପାୟରେ। ତା ପରେ ସାରା ରାଜ୍ୟରେ ବ୍ୟାପିଯାଏ ଏହି ଧଳା ଜହର। ସେହିପରି ଗୋଲଡେନ ଟ୍ରାଇଏଙ୍ଗଲ ରୁଟ ହେଉଛି ବାଙ୍ଗଲାଦେଶ, ମିଆଁମାର ଓ ମଣିପୁର। ଏହି ବାଟ ଦେଇ ପ୍ରଥମେ ଆସେ ପଶ୍ଚିମବଙ୍ଗ। ତା ପରେ ବାଲେଶ୍ବର ଦେଇ ଓଡିଶାକୁ ଆଣନ୍ତି ବ୍ରାଉସୁଗାର ବେପାରୀ। ପରେ ସାରା ରାଜ୍ୟରେ ବ୍ୟାପେ ଏହି ଧଳା ଜହର। ପୋଲିସ ଏହି କାରବାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି । ବିଶେଷ କରି ଏହି କାରବାର ହେଉଥିବା ରାଜଧାନୀସ୍ଥିତ ପ୍ରତିଟି ବସ୍ତି ଉପରେ ଟର୍ଗେଟ କରିଛି ପୋଲିସ। ତେବେ ନାରକୋଟିକ୍ ବ୍ୟୁରୋ, ସ୍ପେସାଲ ଟାସ୍କ ଫୋର୍ସ ଏବଂ ରାଜ୍ୟ ପୋଲିସ ମିଳିତଭାବେ ପଦକ୍ଷେପ ନେଲେ ଏହାକୁ ରୋକାଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.