Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର, ବାଲେଶ୍ବର ପାଲଟିଛି ଧଳା ଜହରର ପେଣ୍ଠସ୍ଥଳ

17/09/2019 at 11:25 AM

ଭୁବନେଶ୍ବର।କଟକ।ବାଲେଶ୍ବର। ୧୭।୯: ବାଲେଶ୍ବରରୁ ଭୁବନେଶ୍ବର, କଟକରୁ ଖୋର୍ଦ୍ଧା ଯୁଆଡ଼େ ଦେଖ ପୁଳା ପୁଳା ବ୍ରାଉନସୁଗାର ଜବତ କରୁଛି ଅବକାରୀ ବିଭାଗ । ଏଥି ସହ ବ୍ରାଉନସୁଗାର କାରବାର ସହ ଜଡ଼ିତ ଅଭିଯୁକ୍ତମାନେ ମଧ୍ୟ ବନ୍ଧା ହେଉଛନ୍ତି । ତଥାପି ଏହି ଧଳାଜହର ଉପରେ ଲାଗିପାରୁନି ରୋକ୍ । କେଉଁଠୁ ଆସୁଛି ଏହି ଧଳାଜହର ? କେଉଁମାନେ ଓଡ଼ିଶାକୁ ଧଳାଜହର ସପ୍ଲାଏ କରୁଛନ୍ତି ? ଏସବୁର ସୁରାକ୍ ପାଇଛି ଅବକାରୀ ବିଭାଗ । ଏସବୁ ପଛରେ ରହିଛି ସୁନ୍ଦରୀ ଯୁବତୀଙ୍କ ସାଂଘାତିକ ଖେଳ ।

କଟକ, ଭୁବନେଶ୍ବର, ବାଲେଶ୍ବରରେ ଚଢ଼ାଉ କରି ୪୧ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଶନିବାର ବାଲେଶ୍ବର ଅଡ଼ର ବଜାରରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଥିଲା ପୋଲିସ । ପ୍ରତିଦିନ ବାଲେଶ୍ବରରୁ ଭୁବନେଶ୍ବର, କଟକରୁ ଖୋର୍ଦ୍ଧା ଭିତରେ କେହି କେହି ନା’ କେହି ବ୍ରାଉନସୁଗାର ବେପାରୀ ଧରାପଡ଼ୁଛନ୍ତି ।

ଏସବୁକୁ ଦେଖିଲେ ଲାଗୁଛି ଯେମିତି ବ୍ରାଉନ୍ ସୁଗାରର ପେଣ୍ଠସ୍ଥଳୀ ପାଲଟି ଗଲାଣି ଓଡ଼ିଶା । ହେଲେ କେଉଁଠୁ ଆସୁଛି ଏହି ଧଳାଜହର ? କେଉଁମାନେ ଓଡ଼ିଶାକୁ ଧଳାଜହର ସପ୍ଲାଏ କରୁଛନ୍ତି ? ଉତ୍ତର ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏସବୁ ପଛରେ ରହିଛି ସୁନ୍ଦରୀ ଯୁବତୀଙ୍କ ସାଂଘାତିକ ଖେଳ । ମାନେ ଧଳାଜହର କାରବାରର ମାଧ୍ୟମ ପାଲଟିଛନ୍ତି ସୁନ୍ଦରୀ ତଲାକି ମହିଳା ।

ଆଫ୍ଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଏହି ମହିଳାମାନେ ସାଜିଛନ୍ତି ବିଷକନ୍ୟା ।  ଅପରେସନ କରାଇ ନିଜ ଶରୀରରେ ଏହି ଧଳାଜହରକୁ ଅତି ସତର୍କତାର ସହ ଲୁଚାଇ ଆଣନ୍ତି  ଏହି ତଲାକି ମହିଳାମାନେ । ଭିସା ପାସପୋର୍ଟ ଠିକ୍ ଠାକ୍ ଥିବାରୁ ଏମାନଙ୍କ ଉପରେ କେହି ସଂଦେହ ବି କରନ୍ତିନି । ଯାହାର ସୁଯୋଗ ନେଇ ସେମାନେ ଆଫ୍ଗାନିସ୍ତାନ ଏବଂ ବାଂଲାଦେଶ ଏୟାରପୋର୍ଟରୁ ସିଧା ପହଞ୍ଚିଯାଆନ୍ତି ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ।

ଏହାପରେ କୋଲକାତାରେ କିଛି ଉଚ୍ଚଶିକ୍ଷିତ ଯୁବକ ଯେଉଁମାନେ କି ଏହି ବ୍ରାଉନ୍ସୁଗାର କାରବାରର ମେନ୍ ସପ୍ଲାୟର ସାଜିଛନ୍ତି ସେମାନେ ଦାମୀ ଓ ବିଳାଶପୂର୍ଣ୍ଣ କାର୍ ଦ୍ବାରା ଏହି ଧଳାଜହରକୁ ବାଲେଶ୍ବର ଜଳେଶ୍ବରରେ ଥିବା ବେପାରୀଙ୍କ ପାଖରେ ପହଞ୍ଚାଇଥାନ୍ତି । ସେଇଠାରୁ ହିଁ ଏଜେଣ୍ଟମାନଙ୍କ ଦ୍ବାରା କଟକ-ଭୁବନେଶ୍ବର –ଖୋର୍ଦ୍ଧା ଭଳି ଅଂଚଳକୁ ଆସିଥାଏ ପୁଳା ପୁଳା ବ୍ରାଉନ୍ସୁଗାର । 

ବ୍ରାଉନ୍ ସୁଗାର କାରବାରର ଅନେକ କୋଡ଼ ଓ୍ବାର୍ଡ଼ର ସୁରାକ୍ ମଧ୍ୟ ଲାଗିଛି ଅବକାରୀ ଗୁଇନ୍ଦା ବିଭାଗ ହାତରେ । ପାଉ – ଚିଟ୍ – ଚନ୍ଦନ – ଛଞ୍ଚା ଭଳି କୋଡ଼ ଓ୍ବାର୍ଡ଼ ବ୍ୟବହାର କରନ୍ତି ବ୍ରାଉନସୁଗାର ବେପାରୀ ଓ ନିଶା ସେବନକାରୀ ।

କୋଲାକାତାର ବାଲେଶ୍ବର ଜଳେଶ୍ବରକୁ ମଧ୍ୟ ଟ୍ରେନ୍ ଯୋଗେ ବହୁ ପରିମାଣରେ ବ୍ରାଉନସୁଗାର ଆସିଥାଏ । ରେଳଧାରଣା କଡ଼ରେ ଥିବା ବାଲେଶ୍ବର ଅଡ଼ର ବଜାର ଏହି ବ୍ରାଉନସୁଗାର ସବୁ ଗଚ୍ଛିତ ହୋଇ ରହିଥାଏ । ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପୂର୍ବରୁ ମାଫିଆ ମାନେ ଅଡ଼ର ବଜାର ନିକଟରେ ବ୍ରାଉନସୁଗାର ପ୍ୟାକେଟ୍ ଗୁଡ଼ିକୁ ପିଙ୍ଗି ଦିଅନ୍ତି ।

ନ୍ୟୁଜ୍ ସେଭେନ୍‌ର ଏହାର ଖୁଲାସା ହେବା ପରେ ଶନିବାର ପୋଲିସ ଅଡ଼ର ବଜାର ଅଂଚଳରେ ଛଢ଼ାଉ କରି ୩ଜଣଙ୍କୁ ଗିରଫ କରିବା ସହ ଏକକିଲୋଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ।

ଅନ୍ୟପଟେ ବ୍ରାଉନସୁଗାର କିଙ୍ଗପିନ୍‌ ଏସ୍‌.କେ. ରାଜା ଗିରଫ ପରେ ତତ୍ପରତା ଦେଖାଇଛି ପୋଲିସ । ଓଡିଶାକୁ ଆସୁଥିବା ବ୍ରାଉନସୁଗାରର ଇଣ୍ଟରନ୍ୟାସନାଲ ଲିଙ୍କ୍‌ର ତଦନ୍ତ କରାଯିବ । ସୂଚନା ଦେଲେ ପୋଲିସ ଡିଜି ବି.କେ. ଶର୍ମା ।

   Related Posts