ଜଳେଶ୍ୱରରୁ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ ; ୨ ଅଟକ

Published By : Prameya-News7 Bureau | August 30, 2018 IST

ବାଲେଶ୍ୱର ୩୦/୮ : ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଚାଲନ୍ତି ଛକରୁ ବ୍ରାଉନ ସୁଗାର ଜବତ ହୋଇଛି | ପୋଲିସ ଜବତ କରିଥିବା ୩୫ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ | ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି | ଅଟକ ୨ ଜଣଙ୍କ ମଧ୍ୟରୁ ଜଣେ ହେଲେ ଭୁବନେଶ୍ୱରର ଦୀପକ ମହାପାତ୍ର ଓ ସାକ୍ଷୀଗୋପାଳର ଧିରେନ ମହାପାତ୍ର | ଜଳେଶ୍ୱରରେ ପୋଲିସ ପାଟ୍ରୋଲିଂ ବେଳେ ଏକ ଅଟୋକୁ ଅଟକ ରଖି ଛାନଭିନ କରି ଏହି ବ୍ରାଉନ ସୁଗାର ଜବତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.