ଅବକାରୀ ବିଭାଗର ଚଢାଉ, ଜଣେ ବେପାରୀଙ୍କ ସହ ୨ ଶହ ଗ୍ରାମ୍ ବ୍ରାଉନସୁଗାର ଜବତ

Published By : Prameya-News7 Bureau | July 22, 2021 IST

ଜଳେଶ୍ବର ୨୨।୭: ଜଳେଶ୍ଵର ଅବକାରୀ ବିଭାଗର ଚଢ଼ାଉ । ଚାଲନ୍ତି ଅଞ୍ଚଳରୁ ଜଣେ ବ୍ରାଉନସୁଗାର ବେପାରୀଙ୍କ ସହ ୨ଶହ ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ବାଇକ୍ ଜବତ ହୋଇଛି। ଗିରଫ ଯୁବକ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସଞ୍ଜୟ କୁମାର ସିଂ । ଜବତ ବ୍ରାଉନସୁଗାରର ମୂଲ୍ୟ କୋଡିଏ ଲକ୍ଷ ଟଙ୍କା ହେବ ।  

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ସକାଳ ୭ଟା ୩୦ମିନିଟ୍ ସମୟରେ ଜଳେଶ୍ବର ଚାଲନ୍ତି ଅଞ୍ଚଳରେ ଚଢ଼ାଉ କରିଥିଲା । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ରାମଚନ୍ଦ୍ରପୁର ଅଞ୍ଚଳର ଯୁବକ ସଞ୍ଜୟ କୁମାର ସିଂ ଏକ ବାଇକ୍ ଯୋଗେ ବ୍ରାଉନସୁଗାର ନେଇ ଯାଉଥିଲା ବେଳେ ଅବକାରୀ ବିଭାଗ ମାଡି ବସିଥିଲା । ଯୁବକଙ୍କ ନିକଟରୁ ୨ଶହ ଗ୍ରାମ ବ୍ରାଉନସୁଗାର ଓ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ାଉରେ ଜଳେଶ୍ବର ଅବକାରୀ ଆଇଆଇସି ଦେବେନ୍ଦ୍ର କୁମାର ବେହେରା, ରାମଚନ୍ଦ୍ର ମହାନ୍ତି, ରାଜୀବ କୁମାର ଭଞ୍ଜ, ଜୟମାଧବ  ପଟ୍ଟନାୟକ, ପିଙ୍କି ମାରାଣ୍ଡି ଏହି ଚଢ଼ାଉ ବେଳେ ଉପସ୍ଥିତ ଥିଲେ । ତେବେ ଅବକାରୀ ବିଭାଗ ବ୍ରାଉନସୁଗାର ବେପାରୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.