ବ୍ରାଉନସୁଗାର ଜବତ, ବେପାରୀ ଗିରଫ

Published By : Prameya-News7 Bureau | June 30, 2020 IST

ବାଲିପାଟଣା, ୩୦|୦୬: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରୁ ୨୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି QAT ଏବଂ ବାଲିପାଟଣା ପୋଲିସ । ବ୍ରାଉନ୍ ସୁଗାର୍ ବେପାରୀ ସେଖ୍ ଅବ୍ଦୁଲ୍ ଅନ୍ସାରୀକୁ ମଧ୍ୟ ପୋଲିସ  ଗିରଫ କରିଛି ।  ପୋଲିସ ଅବ୍ଦୁଲ ନିକଟରୁ ଏକ ହୋଣ୍ଡା ଏଭିଏଟର୍ ସ୍କୁଟର ସହ ୨୨୨୩ ଟଙ୍କା ଜବତ କରିଛି ପୋଲିସ୍‌ ।

କୌଣସି ସୂତ୍ରରୁ ଖବର ପାଇ QATର ଏକ ଟିମ୍ ଅଠାନ୍ତର ଛକ ନିକଟରେ ବେଙ୍ଗବତୀ ଗ୍ରାମର ସେଖ୍ ଅବ୍ଦୁଲ୍ ଅନ୍ସାରୀ ଧରିଥିଲା । ଚଢାଉ ସମୟରେ ଅନ୍ସାରୀ ନିକଟରୁ ୨୦ ଗ୍ରାମ୍ ବ୍ରାଉନ୍ ସୁଗାର, ନଗଦ ୨୨୨୩ ଟଙ୍କା ଏବଂ ସ୍କୁଟର ଜବତ କରାଯାଇଛି । ଅନ୍ସାରୀ ବ୍ରାଉନ୍ ସୁଗାର ବେପାର କରୁଥିବା ପୋଲିସ୍ ଜାଣିବାକୁ ପାଇଛି । ଦୀର୍ଘ ଦିନ ହେବ ଅନ୍ସାରୀ ଉପରେ ନଜର ରଖିଥିଲା ପୋଲିସ୍‌ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.