୧୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | July 20, 2021 IST

ଭଦ୍ରକ ୨୦।୭: କଟକ କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସକୁ ସଫଳତା । ଭଦ୍ରକ ଗୁଆମାଳଠାରେ ବ୍ରାଉନସୁଗାର ବେପାର ହେଉଥିବା ବେଳେ ୧୭୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରାଯାଇଛି । ବାଇକ୍ ଦ୍ବାରା ବ୍ରାଉନସୁଗାର ବେପାର କରିବାକୁ ନେଇ ଯାଉଥିବା ସମୟରେ, ମଙ୍ଗଳବାର କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଗୁଆମାଳ ଶିବ ମନ୍ଦିରଠାରେ ତପନ କୁମାର ବେହେରା ନାମକ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ପଚରାଉଚୁରା କରିବା ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଯୁବକଙ୍କ  ନିକଟରୁ ବିପୁଳ ପରିମାଣରେ  ବ୍ରାଉନସୁଗାର ଜବତ ହୋଇଥିଲା । ଜବତ ହୋଇଥିବା ୧୭୫ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.