ବ୍ରାଉନସୁଗାର କାରବାରର ନୂଆ ତରିକା, ନାବାଳକଙ୍କୁ ବ୍ୟବସାୟରେ କରୁଛନ୍ତି ସାମିଲ
18/01/2021 at 2:59 PM

ଜଳେଶ୍ବର ୧୮।୧: ପୁଣି ଜଳେଶ୍ବରରୁ ଜବତ ହେଲା ବ୍ରାଉନ ସୁଗାର । ଅଭିଯୋଗରେ ଜଣେ ନାବାଳକ ଗିରଫ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଜଳେଶ୍ବରରେ ବ୍ରାଉନ ସୁଗାର ବ୍ୟବସାୟର ନୂଆ ତରିକା । ବ୍ୟବସାୟୀମାନେ ନାବାଳକଙ୍କୁ କରୁଛନ୍ତି ମୋହରା ।

ବ୍ରାଉନସୁଗାର ଚାଲାଣ ନେଇ କୌଣସି ସୂତ୍ରରୁ ଜଳେଶ୍ବର ପୋଲିସ ଖବର ପାଇ ଜଳେଶ୍ବର ମ୍ୟୁନସିପାଲଟି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ଝାଡେଶ୍ବରପୁର ବସ୍ତିର ଶେଖ ସକିଲର ଘରେ ଚଢାଉ କରିଥିଲା । ମାତ୍ର ଘରୁ କିଛି ପାଇ ନଥିଲା ପୋଲିସ । ତେବେ ଘର ବାହାରେ ବସିଥିବା ତାଙ୍କ ନାବାଳକ ପୁଅ ନିକଟରୁ ଆନୁମାନିକ ୨୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା ପୋଲିସ । ଘଟଣାରେ ଶେଖ ସକିଲର ନାବାଳକ ପୁଅ ଶେଖ ହୋସେନକୁ ଜଳେଶ୍ବର ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ମାନସ ଦେଓ ସୂଚନା ଦେଇଛନ୍ତି । ତେବେ ଏହି ଚଢ଼ାଉରେ ଜଳେଶ୍ବର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମଙ୍କ ସହିତ ବହୁ ପୋଲିସ ଅଧିକାରୀ ସାମିଲ ଥିଲେ । ୧୮।୧: ଲକ୍ଷ୍ନୌରେ ବିବାହ ପୂର୍ବରୁ ବରକୁ ଲକ୍ଷାଧିକ ଟଙ୍କାର ଚୂନା ଲଗାଇ ଛୁ ମାରି