ଧଳା ଜହର କବଜାରେ ରାଜଧାନୀ, ମାସକ ଭିତରେ ଧରା ପଡିଲାଣି କୋଟିଏ ଟଙ୍କାର ବ୍ରାଉନ ସୁଗାର, ବେପାରୀ ଗିରଫ

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୪|୧୨: ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ଏଥର ୫୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଯାହାର ମୁଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ବ୍ରାଉନ ସୁଗାର ବେପାର କରୁଥିବା ବାପି ନାଏକକୁ ଗିରଫ କରିଛି ଅବକାରୀ ବିଭାଗ । ରାଜଧାନୀରେ ଚୋରା ବ୍ରାଉନ ସୁଗାର ବେପାର ବନ୍ଦ ହେବାର ନାଁ ଧରୁନାହିଁ । ମଙ୍ଗଳବାର ପୁଣି ରାଜଧାନୀର ମଞ୍ଚେଶ୍ବର ନିକଟରୁ ୫୭ ଗ୍ରାମ ଧଳା ଜହର ଜବତ କରାଯାଇଛି । ପୁର୍ବ ସୁଚନା ଅନୁଯାଇ ବାପି ନାଏକ ପ୍ରତିଦିନ ଭଳି ଏକ ସ୍କୁଟିରେ ବ୍ରାଉନ ସୁଗାର ଆଣି ବେପାର ଆରମ୍ଭ କରିଦେଇଥିଲା । ଅବକାରୀ ବିଭାଗର ଗୁଇନ୍ଦା କର୍ମଚାରୀମାନେ ବାପି ନିକଟରୁ ଧଳା ଜହର କିଣିବାକୁ ଗ୍ରାହକ ହୋଇ ପହଁଚିଥିଲେ । ବାପି ସେମାନଙ୍କୁ ଗାଡି ଡିକିରେ ରଖିଥିବା ପୁଡିଆ ବାହାର କରି ଦେବା ସମୟରେ ଚାରି ପଟୁ ବାପିକୁ ମାଡିବସିଥିଲେ ଅବକାରୀ ବିଭାଗର କର୍ମଚାରୀ । ତା ନିକଟରୁ ୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ବାପିକୁ ଗିରଫ କରାଯାଇଥିଲା । କମ ସମୟରେ କମ ଅର୍ଥ ଖର୍ଚ୍ଚ କରି ଅଧିକ ଲାଭ ପାଇବା ଆଶାରେ ଏହି ଧଳା ଜହରକୁ ବେପାରୀ ମାନେ ବିକ୍ରୀ କରି ଚାଲିଛନ୍ତି । ଯାହାର କବଳରେ ପଡିଛନ୍ତି ଯୁବ ପିଢି ।  ହୋଇ ଏହି ଧଳା ଜହର ପାଇଁ ବିଭିନ୍ନ ଅପରାଧ ମଧ୍ୟ ଘଟାଇ ଚାଲିଛନ୍ତି । ଗତ ମାସ ୩୦ ତାରିଖରେ ଖଣ୍ଡଗିରି ଥାନା ପୋଲିସ ଧରିଥିବା ଲୁଟେରାଙ୍କ ନିକଟରୁ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇଜଣ ଅପରାଧିଙ୍କୁ ଗିରଫ କରିଥିଲା । ସେହିଭଳି ଗତ ମାସ ୨୧ ତାରିଖରେ ବରମୁଣ୍ଡା ନିକଟରୁ କଟକ ଅବକାରୀ ଫ୍ଲାଇଁଙ୍ଗ ସ୍କ୍ବାର୍ଡ ଦୁଇଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ସ୍କୁଟି ସହ ୨୭ ଗ୍ରାମ ବ୍ରାଉନ ସୁଗାର ଓ ୩୦ ହଜାର ଟଙ୍କା ଜବତ କରିଥିଲା । ଗତ ମାସ ୧୦ ତାରିଖ ଦିନ ଅବକାରୀ ବିଭାଗର ଫ୍ଲାଇଙ୍ଗସ୍କ୍ବାର୍ଡ ୧୯୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ସାଲିଆ ସାହିରୁ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗତ କିଛିଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରାଯାଇଥିଲେ ମଧ୍ୟ ଏହି ବେପାର ବନ୍ଦ ହେବାର ନାଁ ଧରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.