କାକଟପୁର ଅଞ୍ଚଳରୁ ବ୍ରାଉନସୁଗାର ଜବତ, ୨ ଗିରଫ
2/04/2019 at 3:51 PM

କାକଟପୁର ୨|୪ : ପୁରୀ ଜିଲ୍ଲା କାକଟପୁର ବ୍ଲକ ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକର ୧୫ଜଣିଆ ଟିମ ଚଢ଼ାଉ କରିଛନ୍ତି । ଚଢାଉ ବେଳେ ୩୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କରିଛନ୍ତି । ଏଥିସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଗିରଫ ଦୁଇଜଣ ହେଲେ କାକଟପୁର ଅଂଚଳର ଅମୀୟ ରାଜନ ସ୍ୱାଇଁ ଓ ଗୌରାଙ୍ଗ ସାହୁ । କାକଟପୁର ଅଂଚଳରେ ବ୍ରାଉନ ସୁଗାର ବେପାରୀ ସକ୍ରିୟ ଥିବା ପୂର୍ବରୁ ଅବକାରୀ ଗୁଇନ୍ଦା ବିଭାଗ ର ନଜର ଥିଲା ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଥିଲେ ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021