Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ଡିଲର ଶେଖ୍ ହସିମ୍ ବକ୍ସ

31/10/2020 at 6:23 PM

ଭୁବନେଶ୍ୱର ୩୧/୧୦ :  ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ୧ କେଜି ୧୭୦ ଗ୍ରାମର ଧଳାଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏଥି ସହ ବ୍ରାଉନସୁଗାର ଡିଲର ଜଳେଶ୍ବର ଅଂଚଳର ଶେଖ ହସିମ ବକ୍ସକୁ ଗିରଫ କରିଛି ଏସଟିଏଫ୍‌ ।

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ଡିଲର ଶେଖ ହସିମ ବକ୍ସ । ତା’ ନିକଟରୁ ୧କେଜି ୧୭୦ଗ୍ରାମର ଧଳାଜହର ଜବତ କରିଛି ଏସଟିଏଫ୍‌ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ।  ଗିରଫ ହସିମ୍‌ ବକ୍ସର ଘର ବାଲେଶ୍ବରର ଜଳେଶ୍ବର ଅଂଚଳରେ ବୋଲି ଜଣାପଡ଼ିଛି । ହସିମ୍‌  କେତେ ଦିନ ଧରି ଭୁବନେଶ୍ବରରେ ବ୍ରାଉନସୁଗାର ବେପାର କରୁଥିଲା ?  କାହା ଠାରୁ ଆଉ କିଭଳି ଏତେ ପରିମାଣର ଧଳାଜହର ଆଣିଥିଲା ? ରାଜଧାନୀରେ କେଉଁ କେଉଁ ଅଂଚଳକୁ ଏହି ବ୍ରାଉନସୁଗାର ଯୋଗାଉଥିଲା ? କାହାକୁ କେତେ ଟଙ୍କାରେ ବିକ୍ରୀ କରୁଥିଲା ? ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ତନାଘନା ଚଳାଇଛି ଏସଟିଏଫ୍‌ ଟିମ୍‌ ।

୨୦୨୦ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ୩୦କେଜିରୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ଏସଟିଏଫ୍‌ ୨୪ଟି ମାମଲା ରୁଜୁ କରିବା ସହ ୪୪ଜଣଙ୍କୁ ଗିରଫ କରିଛି । ଆଗାମୀ ଦିନରେ ଏହି ଅଭିଯାଗ ଜାରି ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ଗଲା ଜୁନ୍‌ ମାସରେ ରାଜଧାନୀରୁ ୫କୋଟି ୨୦ଲକ୍ଷ ଟଙ୍କାର ୪କେଜି ୪୮୬ଗ୍ରାମ ଧଳାଜହର ଜବତ କରିଥିଲା ଏସଟିଏଫ୍‌ । ଏଥି ସହ ରସୁଲଗଡ଼ ଅଂଚଳରୁ ୩ଜଣ ପେଶାଦାର୍‌ ମାଫିଆଙ୍କୁ ଗିରଫ କରିଥିଲା । ତେବେ ଓଡ଼ିଶାରେ ବ୍ରାଉନସୁଗାର ମାଫିଆଙ୍କ ଚେର ବାଲେଶ୍ବରରୁ ଭାୟା ପଶ୍ଚିମବଙ୍ଗ ବାଂଲାଦେଶକୁ ଲମ୍ବିଛି ।

   Related Posts