ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୨ଜଣ ଗିରଫ

Published By : Prameya-News7 Bureau | January 27, 2020 IST

ଭୁବନେଶ୍ବର ୨୭।୦୧ ବ୍ରାଉନ ସୁଗାର କାରବାରରେ ଛାତ୍ରଙ୍କ ସଂପୃକ୍ତି । ଭୁବନେଶ୍ବରରୁ ପୁଣି ବ୍ରାଉନ ସୁଗାର ଜବତ ହେବା ସହ ୨ ଛାତ୍ର ଗିରଫ ହୋଇଛନ୍ତି । ସ୍କୁଟି ସହ ୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ ।  ଅମିତ ସ୍ବାଇଁ, ଶିବାଶିଷ ଜେନା ନାମକ ୨ ଜଣ ଛାତ୍ରଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଶିବାଶିଷ ଭୁବନେଶ୍ବରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ।

{"id":216619,"sizeSlug":"large"}

ସେହିପରି ଅମିତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମାମଲା ରହିଛି । ବ୍ରାଉନସୁଗାର ବିକୁଥିବା ବେଳେ ଏହି ୨ ଛାତ୍ରଙ୍କୁ ଗିରଫ କରାଯାଇଛି । ସେପଟେ  ଭୁବନେଶ୍ବରରୁ ଧରା ପଡିଛି ଜଳେଶ୍ବରର ବ୍ରାଉନସୁଗାର ବେପାରୀ । ଗିରଫ ଜଣଙ୍କ ହେଲେ ବୁଦ୍ଧିଆ ଖାନ । ସହିଦ ନଗର ଥାନା ଅଞ୍ଚଳରୁ ବୁଦ୍ଧିଆକୁ ଗିରଫ କରିଛି QAT ଏବଂ ସହିଦନଗର ପୋଲିସ । ବୁଦ୍ଧିଆ ନିକଟରୁ ୧୦୦ ଗ୍ରାମ୍ ବ୍ରାଉନସୁଗାର ସହ ୨୬୦୦ ଟଙ୍କା ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.