ବ୍ରହ୍ମପୁରରୁ ୧୨ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଅଭିଯୁକ୍ତ ଅଟକ

Published By : Prameya-News7 Bureau | August 31, 2019 IST

ବ୍ରହ୍ମପୁର ୩୧|୮: ବାଲେଶ୍ବର, ଭୁବନେଶ୍ବର, ଖୋର୍ଦ୍ଧା ପରେ ରେସମ ସହରକୁ ଲମ୍ବିଛି ଧଳା ଜହର ଚେର୍‌ । ବ୍ରହ୍ମପୁରରୁ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ ଦୁଇ ଅଭିଯୁକ୍ତ ଅଟକ । ଖଜୁରିଆ ରାସ୍ତାରୁ  ଗୋଳନ୍ଥରା ଅଞ୍ଚଳର ବୁଡୁ ଦାସ ଓ ରଞ୍ଜନ ସାହୁଙ୍କୁ ଗିରଫ କରିଛି  ଗୋସାଣି ନୂଆଗାଁ ପୋଲିସ । ତେବେ ଗିରଫ ଅଭିଯୁକ୍ତ ପୋଲିସକୁ ଯେଉଁ ତଥ୍ୟ ଦେଇଛନ୍ତି ତାହା ବେଶ ଚାଞ୍ଚଲ୍ୟକର । ଭାଲିଆଗଡ଼ ନିକଟରେ ଥିବା ଏକ ଚା ଦୋକାନରେ ଦୁଇ ମାସ ହେଲା ବ୍ରାଉନ ସୁଗାର ଓ ଗଞ୍ଜେଇ ବେପାର କରୁଥିବା ସେମାନେ କହିଛନ୍ତି । ଯେଉଁ ଚା ଦୋକାନଟି ଏକ ପ୍ରତିଷ୍ଠିତ ବୈଷୟିକ ମହାବିଦ୍ୟାଳୟ ନିକଟରେ ରହିଛି । ତେଣୁ ଛାତ୍ରମାନେ ବ୍ରାଉନ ସୁଗାର ଖାଉଥିବା ସନ୍ଦେହ କରୁଛି ପୋଲିସ । ଉଭୟ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ସହ ଏହି କାରବାରରେ କେଉଁମାନେ ସଂପୃକ୍ତ ଓ କେଉଁଠାରୁ ବ୍ରାଉନ ସୁଗାର ଆଣୁଥିଲେ ସେ ବିଷୟରେ ଅଧିକ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.