ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ ; ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 22, 2018 IST

ଖୋର୍ଦ୍ଧା ୨୨|୧୨: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା । କଟକ ଅବକାରୀ ବିଭାଗରୁ ଆସିଥିବା ଫ୍ଲାଇଂ ସ୍କ୍ଵାଡ୍  ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଖୋର୍ଦ୍ଧା ଗୋପିନାଥପୁର ମଠସାହିରୁ ୨୯୫ ଗ୍ରାମ ବ୍ରାଉନ୍  ସୁଗାର ଜବତ କରିଛନ୍ତି।  ବ୍ରାଉନସୁଗାର କାରବାରରେ ସଂପୃକ୍ତି ଅଭିଯୋଗରେ ୨ ଅଭିଯୁକ୍ତ କୃଷ୍ଣ ପଲେଇ ଓ ରବୀନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍  ସୁଗାରର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

{"id":66137}

ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉସୁଗାର ବେପାରର ପେଣ୍ଠ ସାଜିଛି। ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ବର ଓ ବାଲେଶ୍ବରରୁ ବ୍ରାଉନ୍ ସୁଗାର ଖୋର୍ଦ୍ଧାକୁ ଅଣାଯାଉଛି। ସେଠାରୁ ଏହି ବ୍ରାଉନସୁଗାର ଚୋରା ବେପାରିଙ୍କ ସହାୟତାରେ କଟକ, ପୁରୀ, ଭୁବନେଶ୍ବରକୁ ଯାଇଥାଏ । କିଛି ଦିନ ତଳେ ଖୋର୍ଦ୍ଧା ସଦର ଥାନା ନିକଟରୁ ୭୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.