ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫ

Published By : Prameya-News7 Bureau | September 27, 2019 IST

ଖୋର୍ଦ୍ଧା ୨୭।୯: ଖୋର୍ଦ୍ଧା ଜିଲ୍ଲାକୁ ନିଶା ଓ ଅପରାଧ ମୁକ୍ତ କରିବାପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ଖୋର୍ଦ୍ଧା କ୍ଲିନ୍’ । ଆଦର୍ଶ ଥାନା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସ୍ବପ୍ନେଶ୍ବର ମନ୍ଦିର ନିକଟରେ ଚଢ଼ାଉ କରିଥିଲା । ଚଢାଉ ବେଳେ ୧୪ ଗ୍ରାମର ବ୍ରାଉନସୁଗାର ସହ ନଗଦ ହଜାରେ ୧୧୫ଟଙ୍କା ଏବଂ ଏକ ବାଇକ୍ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଂଚଳର ଟି.ରାଜେଶ କୁମାର ପାତ୍ର ଏବଂ ଖୋର୍ଦ୍ଧା ସଦର ଥାନା ଟାଙ୍ଗିସାହିର ମହେଶ୍ବର ସାହୁ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.