ବ୍ରାଉନ୍‌ସୁଗାର ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ : ଦେଢ କିଲୋ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

Published By : Prameya-News7 Bureau | September 15, 2019 IST

ଖୋର୍ଦ୍ଧା ୧୫।୯: ଜଳେଶ୍ବରରୁ ଖୋର୍ଦ୍ଧା ଯାଏଁ ଲମ୍ବିଛି ବ୍ରାଉନସୁଗାର ଚାଲାଣ ଚେର। ବ୍ରାଉନସୁଗାର ରାକେଟ୍ ର ପର୍ଦ୍ଦାଫାଶ କରିବାରେ ବାଲେଶ୍ବର ସହଦେବଖୁଣ୍ଟା ପୋଲିସକୁ ମିଳିଛି ବଡ ସଫଳତା। ଗତକାଲି ସଂଧ୍ୟାରେ ଚଢାଉ କରି ଦେଢ କିଲୋ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।

{"id":157856}

ଜଳେଶ୍ବରରୁ ଖୋର୍ଦ୍ଧାକୁ ଏତେ ପରିମାଣର ବ୍ରାଉନ ସୁଗାର ଆସୁଥିବା ଖବର ପାଇବା ପରେ ପୋଲିସ ସବୁସ୍ଥାନରେ ଜଗି ରହିଥିଲା । ସହଦେବଖୁଣ୍ଟା ଅଧୀନ ନୂଆବଜାରରେ ପୋଲିସ ଛାପା ମାରିଥିଲା। ମାଫିଆଙ୍କ ପାଖରୁ ପୋଲିସ ଦେଢ କିଲୋ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟ ୨ଜଣ ଖସି ପଳାଇଥିଲେ ।

{"id":157857}

ପରେ ଜଳେଶ୍ବର ପୋଲିସ ସେହି ୨ ମାଫିଆଙ୍କୁ ଜଳେଶ୍ବରରେ ଧରିଥିଲା । ସେମାନଙ୍କ ନିକଟରୁ ୯ଲକ୍ଷ ୪୩ହଜାର ନଗଦ ଟଙ୍କା ପୋଲିସ ଜବତ କରିଛି । ଗୋଟିଏ ବାଇକ୍ ମଧ୍ୟ ଜବତ କରିଛି। ଅଭିଯୁକ୍ତ ୨ ଯୁବକ ହେଉଛନ୍ତି ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେଖ ହାଇଦର ଅଲ୍ଲି ଓ ବାଲିଆପାଳ ଥାନା ଅନ୍ତର୍ଗତ ମନୋଜ କୁମାର ସାହୁ। ସେପଟେ ବାଲେଶ୍ବରରେ ଅଟକ ଥିବା ଯୁବକର ଘର ଅଡ଼ର ବଜାରରେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.