ଖୋର୍ଦ୍ଧା ଅଞ୍ଚଳରୁ ୧୨୮ଗ୍ରାମ୍ ବ୍ରାଉନସୁଗାର ଜବତ ; ଜଣେ ଗିରଫ

Published By : Prameya-News7 Bureau | February 08, 2019 IST

ଖୋର୍ଦ୍ଧା ୮|୨: ଖୋର୍ଦ୍ଧା ଅଂଚଳରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛି । ଖୋର୍ଦ୍ଧା ସାମନ୍ତରାପୁର ଛକ ନିକଟରୁ ଆଜି ସକାଳୁ ୧୨୮ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଘଟଣାରେ ଜଣକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ସ୍ବପ୍ନେଶ୍ବର ବସ୍ତିରେ ରହୁଥିବା ସୁନୀଲ ଦଳେଇ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଆଗାମୀ ଦିନରେ ଅବକାରୀ ବିଭାଗର ଏହିଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.