ଜଳେଶ୍ବରରେ କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡର ଚଢାଉ ; ୨ଶହ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | November 12, 2018 IST

ବାଲେଶ୍ବର ୧୨|୧୧:  ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଜଳେଶ୍ବର ଝାଡ଼େଶ୍ବରପୁରର ସେକ ସମତ୍ ଘର ଉପରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ ଚଢାଉ କରିଥିଲା । ବସ୍ତିରେ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ସୂଚନା ପାଇବା ପରେ କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚଢାଉ କରିଥିଲା । ଚଢାଉ ବେଳେ ସମତ ଘରୁ ୨ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନସୁଗାର କାରବାର ଘଟଣାରେ ସମତକୁ ଗିରଫ କରିଛି ପୋଲିସ । ସମତ୍ ଆଜକୁ କିଛି ବର୍ଷ ହେବ ଝାଡ଼ଖଣ୍ଡରୁ ବ୍ରାଉନସୁଗାର ଆଣି ଓଡ଼ଶାରେ ବ୍ୟବସାୟ କରୁଥିଲା। ସେ ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, କଟକ ଓ ଭୁବନେଶ୍ବରରେ ବ୍ୟବସାୟ କରୁଥିଲା । ଅବକାରୀ ବିଭାଗ ଏହାର ସନ୍ଧାନ ପାଇ କିଛିଦିନ ହେବ ତା ଉପରେ ନଜର ରଖିଥିଲା । ଗତକାଲି ରାତିରେ କଟକର ଫ୍ଲାଇଂ ସ୍କ୍ବାର୍ଡ ଇନ୍ସପେକ୍ଟର ଜଗଦୀଶ ଶଙ୍କର ସାମଲଙ୍କ ନେତୃତ୍ବରେ ବାଲେଶ୍ବର ଆସି ବାଲେଶ୍ବର ଅବକାରୀ ବିଭାଗ ସହଯୋଗରେ ଆଜି ଭୋରରୁ ସେକ ସମତ୍ ଘର ଉପରେ ଚଡ଼।ଉ କରି ତାକୁ ଧରିବା ସହ ତା ଘରୁ ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.