ଖଡଗପୁର ରେଳ ଷ୍ଟେସନରୁ ବ୍ରାଉନସୁଗାର ବେପାରୀକୁ ଗିରଫ କଲା ରେଳବାଇ ପୋଲିସ
28/09/2019 at 4:20 PM

ଜଳେଶ୍ବର ୨୮।୯: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜନୈକ ବ୍ରାଉନସୁଗାର ବେପାରୀକୁ ଖଡଗପୁର ରେଳ ଷ୍ଟେସନରୁ ଗିରଫ କରିଛି ରେଳବାଇ ପୋଲିସ ।

ଯୁବକ ଜଣକ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଶେଖ ରଫିବୁଲ ବୋଲି ଜଣାପଡିଛି । ଯୁବକ ଜଣକ ୩ଶହ ଗ୍ରାମର ବ୍ରାଉନସୁଗାର ନେଇ ଜଳେଶ୍ବର ଅଭିମୁଖେ ଆସୁଥିବା ବେଳେ ରେଳବାଇ ପୋଲିସ ହାତରେ ଧରାପଡିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।