ରାଜଧାନୀ ଭୁବନେଶ୍ବରରୁ ବ୍ରାଉନସୁଗାର ଜବତ ; ଦୁଇ ଜଣ ଗିରଫ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର ୨୧|୧୧: ରାଜଧାନୀ ଭୁବନେଶ୍ବରରୁ ବ୍ରାଉନସୁଗାର ଜବତ ହୋଇଛି । ବରମୁଣ୍ଡା ପ୍ରିୟଦର୍ଶନୀ ମାର୍କେଟ୍ ରେ ଅବକାରୀ ବିଭାଗର ଚଢାଉ କରିଥିଲା । ସେଠାରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୭ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାସହ ନଗଦ ଟଙ୍କା ଏବଂ ଏକ ସ୍କୁଟିକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.